ବଢ଼ୁଛି ସୁବର୍ଣ୍ଣରେଖା, କମୁଛି ବୁଢ଼ାବଳଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ବଢ଼ୁଛି ସୁବର୍ଣ୍ଣରେଖା, କମୁଛି ବୁଢ଼ାବଳଙ୍ଗ

ଜଳେଶ୍ୱର(ଅଜିତ ଦାସ): ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ। ଝାଡ଼ଖଣ୍ଡରେ ବର୍ଷା ହେବା ଫଳରେ ନଦୀର ଉପର ମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମି  ଥିବା ବେଳେ ଏବେ ପ୍ରବାହିତ ହେଉଛି ୧୦.୯୦ ମି.।

ଅପରପକ୍ଷେ, ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ତଳକୁ ପ୍ରବାହିତ ହେଉଛି।  ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଏବେ ପ୍ରବାହିତ ହେଉଛି ୮ ମିଟର ବନ୍ୟା ଜଳ।

ବାଲିଆପାଳଠାରୁ ବିଷ୍ଣୁପୁର ରାସ୍ତାରେ ୩ ଫୁଟର ପାଣି ପ୍ରବାହିତ ହେଉଛି।  ବାଲିଆପାଳ ବ୍ଲକର ,ଅସ୍ତି,କୁଡ଼ମାନସିଂ, ମଧୁପୁରା, ବିଷ୍ଣୁପୁର, ଗୁଣାପୁର ଆଦି ତଳିଆ ଅଞ୍ଚଳରେ ପାଣି ଜମା ହେବାକୁ ବସିଲାଣି । ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ଭୁଖୀନ ହେଉଛନ୍ତି।

ଏହାବ୍ୟତୀତ ବାଲିଆପାଳ ବ୍ଲକର ୪ଟି ପଞ୍ଚାୟତର ୧୦ଟି ଗାଁ ପାଣିଘେରରେ ରହିଛି । ଜଳସ୍ତର କ୍ରମାଗତ ବୃଦ୍ଧି ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ଗତ ରାତି ୯ଟାରୁ ବାଲିଆପାଳ  ତହସିଲଦାର ଅସ୍ତି ପଂଚାୟତ ସରପଞ୍ଚଙ୍କ ସା ହାଯ୍ୟରେ ନଦୀ କୂଳରେ ରହୁ ଥିବା ୨୫୦ ଲୋକଙ୍କୁ  ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନlନ୍ତରିତ କରାଯାଇଛି।

The post ବଢ଼ୁଛି ସୁବର୍ଣ୍ଣରେଖା, କମୁଛି ବୁଢ଼ାବଳଙ୍ଗ appeared first on Odisha Reporter.



from Odisha Reporter https://ift.tt/3hG7OUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages