ଜଳେଶ୍ୱର(ଅଜିତ ଦାସ): ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ଓ ସୁବର୍ଣ୍ଣରେଖା ନଦୀ। ମଥାନୀରେ ବିପଦ ସଙ୍କେତଠାରୁ ୨ ମିଟର ଉପରେ ଜଳକାରେ ବନ୍ୟା ଜଳ ପ୍ରବାହିତ ହେଉଛି । ବିପଦ ସଙ୍କେତ ୫.୫୦ମି ଥିବା ବେଳେ ଏବେ ୭.୦୩ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। କଟିପୋଲ-ସାନଖୁଡ଼ି ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବର୍ଷା ଲାଗି ରହିଥିବା ଯୋଗୁଁ ମଥାନି, ବାହାରଦା, ସାନଖୁଡି, ଶ୍ୟୀରାମପୁର, ରସଲପୁର ଆଦି ତଳିଆ ଅଞ୍ଚଳରେ ପାଣି ଜମିଛି। ବସ୍ତା ବ୍ଲକରେ ୨୪ ଜଣିଆ ଏନଡିଆରଏଫ ଟିମ୍ ପହଞ୍ଚିଥିବା ବିଡିଓ ସୂଚନା ଦେଇଛନ୍ତି।
ସେହିପରି ସୁବର୍ଣ୍ଣରେଖା ନଦୀରେ ୯.୪୫ ମି ସତର୍କ ସୂଚନା ହୋଇଥିବା ବେଳେ ବିପଦ ସଙ୍କେତ ହେଉଛି ୧୦.୩୬। ବର୍ତ୍ତମାନ ଏହି ନଦୀରେ ଜଳସ୍ତର ଅଛି ୯.୩୪।
ଏହାବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ହେବା ଯୋଗୁ ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୭.୦୫ ମିଟର ଜଳ ପ୍ରବାହିତ ହେଉଛି। ଫଳରେ କଟି ପୋଲଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟର ପାଣି ପ୍ରବାବିତ ହେଉଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର ୧୦ଟି ପଞ୍ଚାୟତ ଓ ସଦର ବ୍ଳକ୍ ର ୨ଟି ବନ୍ୟା ଆଶଙ୍କା ରହିଛି ।
ଜଳକl ବିପଦ ସଂକେତ ଉପରେ ପ୍ରବାବିତ ହେଉଥିବାରୁ ବସ୍ତା ହସ୍ପିଟାଲ ମଧ୍ୟରେ ପାଣି ଜମୁଛି। ବନ୍ୟା ଆଶଙ୍କା ଥିବା ଜଲେଶ୍ୱର, ବସ୍ତା, ବାଲିଆପାଳ, ରେମୁଣା ଅଞ୍ଚଳର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାପାଳ ବାଲେଶ୍ୱର ସଦର ଅଞ୍ଚଳରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।
The post ଫୁଲୁଛି ଜଳକା, ସୁବର୍ଣ୍ଣରେଖା ନଦୀ, ତଳିଆ ଅଞ୍ଚଳ ଜଳମଗ୍ନ appeared first on Odisha Reporter.
from Odisha Reporter https://ift.tt/3hxE5gn
No comments:
Post a Comment