ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ବନ୍ୟା ପାଣିରେ ଭାସି ଯାଇଥିବା ବୃଦ୍ଧ ଦମ୍ପତି ଉଦ୍ଧାର ହୋଇଛନ୍ତି । ବୃଦ୍ଧ ଦମ୍ପତିଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାଯାଇଛି।
ବୃଦ୍ଧ ଦମ୍ପତି ହେଲେ ରାସଗୋବିନ୍ଦପୁର ବ୍ଲକ କାଟୁଣି ଗାଁର ୬୫ ବର୍ଷୀୟ ଭଞ୍ଜ ବେଶ୍ରା ଏବଂ ୬୦ ବର୍ଷୀୟା ଦୁଲି ହେମ୍ବ୍ରମ । ଏହି ବୃଦ୍ଧ ଦମ୍ପତି ଜମ୍ଭିରା ନଦୀ କୂଳରେ ଏକ ଚାଳ ଘରେ ବସବାସ କରୁଥିଲେ। ଗ୍ କାଲି ବନ୍ୟାଜଳ ଆସିବାରୁ ସେମାନେ ରହୁଥିବା ଘର ଭାଙ୍ଗିବା ସହିତ ସେମାନେ ପାଣି ସ୍ରୋତରେ ଭାସି ଯାଇଥିଲେ।
ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାର ପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନେ ସୁସ୍ଥ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ଜିଲ୍ଲାର ବିଜାତଳାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଜାତଳାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବାଙ୍କି ଓ ଖନ୍ତ ପୋଲ୍ ଉପରେ ପାଣି ଚଳାଚଳ କରୁଥିବାରୁ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି । କିଛି ରାସ୍ତାରେ ଦୁଇ ଫୁଟ୍ରୁ ଉଚ୍ଚ ପାଣି ଚଳାଚଳ କରୁଛି। ଯାହା ଫଳରେ ରାଇରଙ୍ଗପୁରଠୁ ବିଜାତଳାକୁ ଯାତାୟତରେ ବାଧା ଉପୁଜିଛି । ଲଗାଣ ବର୍ଷା ଯୋଗୁ ବିଜାତଳା ତହସିଲ ଓ ଗ୍ରାମପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି ।
The post ବନ୍ୟା ପାଣିରେ ଭାସି ଯାଇଥିଲେ ବୃଦ୍ଧ ଦମ୍ପତି, ଉଦ୍ଧାର ହେଲେ appeared first on Odisha Reporter.
from Odisha Reporter https://ift.tt/3gx22Dc
No comments:
Post a Comment