ସୋନାକ୍ଷୀଙ୍କୁ ଟ୍ରୋଲ୍ କରି ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ସୋନାକ୍ଷୀଙ୍କୁ ଟ୍ରୋଲ୍ କରି ଫସିଗଲେ

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଟ୍ରୋଲିଂ ଏକ ସାଧାରଣ କଥା ହୋଇଗଲଣି। ଖାସ୍‌ କରି ବଲିଉଡ୍ ସେଲେବ୍ରେଟିଙ୍କ ପାଇଁ। ପ୍ରତିଦିନ କେହି ନା କେହି ବଲିଉଡ୍ ଷ୍ଟାର ସୋଶାଲ ମିଡିଆରେ ସମାଲୋଚନାର ଶିକାର ହୁଅନ୍ତି। ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ପେଷାଗତ ଜୀବନର ବିଭିନ୍ନ କଥାକୁ ନେଇ ସେମାନଙ୍କୁ ବିଭିନ୍ନ କଥା ଶୁଣିବାକୁ ପଡ଼େ। ପ୍ରାୟତଃ କଳାକାର ମାନେ ଟ୍ରୋଲିଂକୁ ଅଣଦେଖା କରି ଆଗକୁ ବଢ଼ିବାକୁ ପସନ୍ଦ କରନ୍ତି। କିନ୍ତୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଟିକେ ଅଲଗା! ନିକଟରେ ତାଙ୍କୁ ଟ୍ରୋଲ୍ କରିଥିବା ଜଣେ ଯୁବକଙ୍କୁ ସେ ଜେଲ୍‌ରେ ପୂରାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, କିଛି ଦିନ ହେବ ସୋନାକ୍ଷୀ ସାଇବର୍‌ ବୁଲିଂ ବିପକ୍ଷରେ ସୋଶାଲ୍‌ ମିଡିଆରେ ଏକ ଅଭିଯାନ ଚଲାଇଛନ୍ତି। ଏହି ଅଭିଯାନର ନାଁ ‘ଅବ୍‌ ବସ୍‌’। ଏହାର ଆଧାରରେ ଯେଉଁମାନେ ଟ୍ରୋଲ୍‌ର ଶିକାର ହେଉଛନ୍ତି, ସେମାନଙ୍କ ସହ ସୋନାକ୍ଷୀ କଥା ହେଉଛନ୍ତି। ଅନେକ ଲୋକ ସୋନାକ୍ଷୀଙ୍କ ସହ ତାଙ୍କର ଟ୍ରୋଲିଂ ଅନୁଭୂତି ବାଣ୍ଟିଛନ୍ତି।


ଅନ୍ୟପକ୍ଷରେ ସୋନାକ୍ଷୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଜଣେ ଯୁବକଙ୍କ ଗତ କିଛି ଦିନ ହେବ ଲଗାତାର ଖରାପ କମେଣ୍ଟ ଦେଇ ଚାଲିଥିଲେ। ଏହା ଦେଖିବା ପରେ ସୋନାକ୍ଷୀ ମୁମ୍ବାଇର ସାଇବର କ୍ରାଇମ୍ ବ୍ରାଞ୍ଚ୍ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ସାଇବର କ୍ରାଇମ୍ ବ୍ରାଞ୍ଚ୍ ‌ ଔରଙ୍ଗାବାଦର ଶଶିକାନ୍ତ ଗୁଲାବ ଯାଦବ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଏବଂ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

View this post on Instagram

This culture of cyber bullying has gone on for way too long and people of all genders are subjected to and sadly even indulge in harassment.. Ps: like i said in the episode COMMENTS ARE NOW OPEN. Tell us your experiences and if this series has helped you or someone you know in anyway. Reach out, speak up… and for the trolls – if you want to be turned into an example – please drop us a loving comment too, i dare you 😊 Lekin, #AbBas ✋ Watch the next episode of #FullStopToCyberBullying as we discuss legal aspects of cyber bullying with Adv Vaishali Bhagwat, @dhruvshah96, and @anurag_mazumdar @abhishek.mazumdaar of @thelogicalindian . . @missionjoshofficial @mansidhanak @vinavb @unicefindia @studiounees @aasthakhandpur

A post shared by Sonakshi Sinha (@aslisona) on

ସୂଚନାଯୋଗ୍ୟ, ସୋନାକ୍ଷୀ ଦୀର୍ଘ ଦିନ ହେବ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ଶିକାର ହେଉଥିଲେ। ଏପରିକି ଜୁନ୍‌ ୨୦ରେ ସେ ସୋଶାଲ୍‌ ମିଡିଆରେ ଏମିତି ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରହିବା ପାଇଁ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ ଡିଆକ୍ଟିଭେଟ୍‌ କରିଥିଲେ। ଟ୍ୱିଟରରେ ଆବଶ୍ୟକତା ଠାରୁ ଅଧିକ ଟ୍ରୋଲ୍‌ ହେବାରୁ ମାନସିକ ଶାନ୍ତି ପାଇଁ ସେ ଏହାକୁ ବାଏ ବାଏ କରିଥିବା କହିଥିଲେ।

 

The post ସୋନାକ୍ଷୀଙ୍କୁ ଟ୍ରୋଲ୍ କରି ଫସିଗଲେ appeared first on Odisha Reporter.



from Odisha Reporter https://ift.tt/34m1nBW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages