ଭୁବନେଶ୍ୱରରୁ ବସ୍‌ ଲୁଟି ପଳାଉଥିଲା, କଟକରୁ ଧରା ପଡ଼ିଲା ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ଭୁବନେଶ୍ୱରରୁ ବସ୍‌ ଲୁଟି ପଳାଉଥିଲା, କଟକରୁ ଧରା ପଡ଼ିଲା ଲୁଟେରା

କଟକ(ଓଡ଼ିଶା ରିପୋର୍ଟର):  ବସ୍‌ ଲୁଟ୍‌ ଉଦ୍ୟମ ପଣ୍ଡ ହେଲା। ଭୁବନେଶ୍ୱରରୁ ବସ୍‌ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିବା ଲୁଟେରା ଶେଷରେ କଟକରେ ଧରାପଡିଲା । ପୁଲିସ୍‌କୁ ଚକମା ଦେବାକୁ ଉଦ୍ୟମ କରୁଥିବା ଲୁଟେରା ଏବେ ପୁଲିସ୍‌ କବଜାରେ ଅଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ଖଣ୍ଡଗିରି ନିକଟରୁ ଜଣେ ଯୁବକ ଏକ ବସ୍‌କୁ ଚୋରି କରି ଦ୍ରୁତ ଗତିରେ ଖସି ପଳାଉଥିଲା। ଖବର ପାଇ ପୁଲିସ୍‌  ବସ୍‌ର ପିଛା କରିଥିଲା। ମାତ୍ର ବସ୍‌ଟି ଦ୍ରୁତ ବେଗରେ ଯାଉଥିବାରୁ ପୁଲିସ୍‌ ଅନ୍ୟ ଥାନା ସହ ଯୋଗାଯୋଗ କରିଥିଲା। ବସ୍‌ଟି ଦ୍ରୁତ ଗତିରେ ଯାଉଥିବାରୁ ବାଟରେ ବହୁ ଦୁର୍ଘଟଣା ମଧ୍ୟ ଘଟାଇଥିବା ଜଣାଯାଇଛି।

ବସ୍‌ଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଖବର ପାଇ କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍‌  NH-୧୬ ଉପରେ ଏକ ଟ୍ରକ୍‌ ରଖି ରାସ୍ତା ଅବରୋଧ କରିଥିଲା। ଏହାପରେ ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ଉକ୍ତ ଟ୍ରକ ସହ ପିଟି ହୋଇଥିଲା। ଏଥିରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଲୁଟେରାକୁ ପୁଲିସ୍‌ କାବୁ କରିନେଇଥିବା ଜଣାଯାଇଛି।

The post ଭୁବନେଶ୍ୱରରୁ ବସ୍‌ ଲୁଟି ପଳାଉଥିଲା, କଟକରୁ ଧରା ପଡ଼ିଲା ଲୁଟେରା appeared first on Odisha Reporter.



from Odisha Reporter https://ift.tt/32gcdXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages