ସ୍ୱାମୀ ଓ ଦୁଇ ଛୁଆଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲିପଡ଼ିଲେ ଡାକ୍ତର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 18, 2020

ସ୍ୱାମୀ ଓ ଦୁଇ ଛୁଆଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲିପଡ଼ିଲେ ଡାକ୍ତର!

ନାଗପୁର: ସ୍ୱାମୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିବା ପରେ ଜଣେ ଡାକ୍ତର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ନାଗପୁରରେ।

ମୃତ ଡାକ୍ତରଙ୍କ ନାଁ ସୁଷମା ରାଣେ (୪୧)। ତାଙ୍କ ସ୍ୱାମୀଙ୍କ ନାଁ ଧୀରଜ (୪୨)। ସେ ଏକ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିଲେ। ସେମାନଙ୍କ ଦୁଇଟି ଛୁଆଙ୍କୁ ଯଥାକ୍ରମେ ୧୧ ଓ ୫ ବର୍ଷ ହୋଇଥିଲା।

ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ଏହି ଘଟଣା ଘଟିଛି। ଧୀରଜ ଓ ଦୁଇ ଛୁଆଙ୍କ ମୃତଦେହ ବେଡ୍‌ରୁମ୍‌ରେ ବେଡ୍‌ ଉପରେ ମିଳିଥିଲା। କିନ୍ତୁ ଡାକ୍ତର ସୁଷମାଙ୍କ ମୃତଦେହକୁ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେମାନଙ୍କ ସହିତ ସେମାନଙ୍କ ମାଉସୀ ରହୁଥିଲେ। ସେ ପ୍ରଥମେ ଘଟଣା ସଂପର୍କରେ ଜାଣିଲେ। ସେ ବେଡ୍‌ରୁମ୍‌ର କବାଟ ବାଡ଼େଇ ଥିଲେ। ତେବେ କେହି ଜବାବ ଦେଇ ନଥିଲେ। ସେ କବାଟ ଖୋଲି ଭିତରକୁ ଯିବା ପରେ ସମସ୍ତେ ମରି ପଡ଼ିଥିବା ଦେଖିଥିଲେ।

ପୁଲିସ୍ ଘଟଣାସ୍ଥଳରୁ ଦୁଇଟି ସିରିଞ୍ଜ୍ ଓ ଗୋଟିଏ ସୁଇସାଇଡ୍ ନୋଟ୍ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ଟି ଡାକ୍ତର ସୁଷମା ରାଣେ ଲେଖିଥିବା କୁହାଯାଉଛି। ଏଥିରେ ଲେଖାଯାଇଛି ସେ ତାଙ୍କ ଜୀବନରେ ଖୁସି ନଥିଲେ। ତେଣୁ ଏଭଳି ଏକ ଚରମ ପଦକ୍ଷେପ ନେଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତର ସୁଷମା ରାଣେ ତାଙ୍କ ସ୍ୱାମୀ ଓ ଛୁଆଙ୍କ ଖାଦ୍ୟରେ କିଛି ମିଶାଇ ସେମାନଙ୍କୁ ପ୍ରଥମେ ଚେତାଶୂନ୍ୟ କରି ଦେଇଥାଇ ପାରନ୍ତି। ତା’ପରେ ସେମାନଙ୍କୁ କୌଣସି ଏକ ଔଷଧକୁ ଇଞ୍ଜେକ୍ସନ ମାଧ୍ୟମରେ ଦେଇ ହତ୍ୟା କରିଥାଇ ପାରନ୍ତି।

ପୁଲିସ୍ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ୩ ଜଣଙ୍କୁ କାରରେ ବସାଇ ନିଆଁ ଲଗାଇ ଦେଲେ ସହଯୋଗୀ

 

The post ସ୍ୱାମୀ ଓ ଦୁଇ ଛୁଆଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲିପଡ଼ିଲେ ଡାକ୍ତର! appeared first on Odisha Reporter.



from Odisha Reporter https://ift.tt/3aA99t9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages