ସ୍ୱାମୀଙ୍କ ଟଙ୍କା ଉପରେ କେବଳ ପ୍ରଥମ ପତ୍ନୀଙ୍କ ଅଧିକାର ବୋଲି କହିଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

ସ୍ୱାମୀଙ୍କ ଟଙ୍କା ଉପରେ କେବଳ ପ୍ରଥମ ପତ୍ନୀଙ୍କ ଅଧିକାର ବୋଲି କହିଲେ କୋର୍ଟ

ମୁମ୍ବାଇ: ଏଣିକି କେବଳ ଜଣେ ବ୍ୟକ୍ତିଙ୍କର ପ୍ରଥମ ସ୍ତ୍ରୀ ହିଁ ଟଙ୍କା ପାଇବାର ହକଦାର। ଏକାଧିକ ବିବାହ କରିଥିବା ବ୍ୟକ୍ତିଙ୍କ ପତ୍ନୀ ମାନଙ୍କ ମଧ୍ୟରେ କେବଳ ପ୍ରଥମ ଜଣଙ୍କ ହିଁ ତାଙ୍କର ଟଙ୍କା ପାଇବାକୁ ଯୋଗ୍ୟ। ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏପରି ରୁଲିଂ ଦେଇଛନ୍ତି।

କୋର୍ଟ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଦୁଇଟି ବିବାହ କରିଛନ୍ତି ଓ ତାଙ୍କର ଦୁଇ ଜଣ ପତ୍ନୀ ତାଙ୍କ ଠାରୁ ସମ୍ପତ୍ତି ନେବାକୁ ଚାହୁଁଛନ୍ତି, ତାହେଲେ ଏପରି ସ୍ଥିତିରେ କେବଳ ପ୍ରଥମ ପତ୍ନୀଙ୍କୁ ସମ୍ପତ୍ତି ଦିଆଯିବ। ଦ୍ୱିତୀୟ ପତ୍ନୀଙ୍କର ସମ୍ପତ୍ତି ଉପରେ କୌଣସି ମାଲିକାନା ରହିବ ନାହିଁ। ଜଣେ ରେଳବାଇ ପୁଲିସ୍‌ ଅଧିକାରୀ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଅଧିକାରୀ ଜଣଙ୍କ କରୋନାରେ ପ୍ରାଣ ହରାଇଥିବାରୁ ସରକାରୀ ସହାୟତା ବାବଦରେ ତାଙ୍କ ପରିବାର ଲୋକଙ୍କୁ ଅର୍ଥ ମିଳିବ। କିନ୍ତୁ ବ୍ୟକ୍ତି ଜଣଙ୍କ ଦୁଇଟି ବିବାହ କରିଥିବାରୁ ସରକାର ଦେବାକୁ ଥିବା ଅନୁକଂପା ରାଶି ଉପରେ ୨ ଜଣ ମହିଳା ଅଧିକାର ସାବ୍ୟସ୍ତ କରୁଛନ୍ତି। ଏବେ ମାମଲା ହାଇକୋର୍ଟରେ ପହଞ୍ଚି ଯାଇଛି।

ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସଜେ କାଥାୱାଲ୍ଲା ଓ ଜଷ୍ଟିସ ମାଧବ ଜାମଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସ୍ୱାମୀଙ୍କ ଟଙ୍କା ଉପରେ ପ୍ରଥମ ପତ୍ନୀଙ୍କ ଅଧିକାର ରହିଛି। କେବଳ ପ୍ରଥମ ପତ୍ନୀ ହିଁ ସ୍ୱାମୀଙ୍କ ଟଙ୍କା ପାଇବାକୁ ଯୋଗ୍ୟ। ଏକଥା ଆଇନରେ ମଧ୍ୟ ରହିଛି। କିନ୍ତୁ ଦ୍ୱିତୀୟ ପତ୍ନୀ ଓ ପ୍ରଥମ ପତ୍ନୀଙ୍କ ଝିଅ ବି ବାପାଙ୍କ ଟଙ୍କା ପାଇବାକୁ ହକଦାର।

ମହାରାଷ୍ଟ୍ର ରେଲେଓ୍ୱ ପୁଲିସର ଏଏସ୍‌ଆଇ ସୁରେଶ ହଟଙ୍କର ମେ’ ୩୦ରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ନିୟମ ଅନୁସାରେ, ତାଙ୍କ ଦେହାନ୍ତ ପରେ ପରିବାର ଲୋକଙ୍କୁ ୬୫ ଲକ୍ଷ ଟଙ୍କା ଅନୁକଂପା ରାଶି ମିଳିବାର ଥିଲା। ତେବେ ଏହି ଟଙ୍କା ପାଇବାକୁ ୨ ଜଣ ମହିଳା ନିଜକୁ ମୃତକଙ୍କ ପତ୍ନୀ ବୋଲି ଦାବି କରିଥିଲେ।

ଏହାପରେ ଦ୍ୱିତୀୟ ପତ୍ନୀଙ୍କ ଝିଅ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଦାବି କରିଥିଲେ ଯେ ମୃତକ ସୁରେଶ ପ୍ରଥମେ ୧୯୯୨ ଓ ପରେ ୧୯୯୮ରେ ଦୁଇଟି ବିବାହ କରିଥିଲେ। ଉଭୟ ବିବାହ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ପଞ୍ଜିକୃତ ହୋଇଥିଲା । ତେଣୁ ଝିଅ ହିସାବରେ ବାପାଙ୍କ ପେନସନ ଓ ଗ୍ରାଚୁଇଟି ସହ ସରକାରୀ ଅନୁକଂପା ରାଶି ଉପରେ ବି ତାଙ୍କର ଅଧିକାର ଅଛି। ତାଙ୍କର ଓ ତାଙ୍କ ମା’ଙ୍କ ଭରଣପୋଷଣ ପାଇଁ ସମସ୍ତ ଟଙ୍କାରୁ ଉଚିତ ଭାବେ ଭାଗ କରିବା ଦରକାର ବୋଲି ଦ୍ୱିତୀୟ ପତ୍ନୀଙ୍କ ଝିଅ ଦାବି କରିଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ପତ୍ନୀ ଓ ତାଙ୍କ ଝିଅ ଅଭିଯୋଗ କରିଛନ୍ତି ଯେ ସେମାନେ ସୁରେଶଙ୍କ ଦ୍ୱିତୀୟ ବିବାହ ସଂପର୍କରେ ପୂର୍ବରୁ ଜାଣିନଥିଲେ। ତେବେ ଦ୍ୱିତୀୟ ପତ୍ନୀଙ୍କ ଝିଅଙ୍କ ଓକିଲ ଏହାକୁ ମିଥ୍ୟା ବୋଲି କହିବା ସହ ପୂର୍ବରୁ ଫେସବୁକରେ ଉଭୟ ପତ୍ନୀଙ୍କ ଝିଅ ପରସ୍ପର ସହ ଯୋଗାଯୋଗରେ ଥିଲେ ଓ ମୃତ୍ୟୁ ବେଳକୁ ସୁରେଶ ବେଳବାଇ ପୁଲିସ କ୍ୱାର୍ଟର୍ସରେ ଦ୍ୱିତୀୟ ପତ୍ନୀ ଓ ଝିଅଙ୍କ ସହ ରହୁଥିଲେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି।

ସରକାରୀ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ, ପୂର୍ବରୁ ଔରଙ୍ଗାବାଦ ବେଞ୍ଚ ଅନ୍ୟ ଏକ ସମାନ ଧରଣର ମାମଲାରେ, ମୃତକଙ୍କ ଟଙ୍କା ଉପରେ ପ୍ରଥମ ପତ୍ନୀ ଓ ଉଭୟ ପତ୍ନୀଙ୍କ ସନ୍ତାନର ଅଧିକାର ଥିବା ରାୟ ଦେଇଥିଲେ। ମାମଲା ବିଚାରାଧୀନ ଥିବାରୁ, ବର୍ତ୍ତମାନ ପାଇଁ ରାଜ୍ୟ ସରକାର ଅନୁକଂପା ରାଶିକୁ କୋର୍ଟରେ ଜମା କରିବେ।

ସମସ୍ତ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ସୁରେଶଙ୍କ ପ୍ରଥମ ପତ୍ନୀ ଓ ତାଙ୍କ ଝିଅଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ସେମାନେ ପୂର୍ବରୁ ଦ୍ୱିତୀୟ ପତ୍ନୀ ଓ ତାଙ୍କ ଝିଅ ବିଷୟରେ ଜାଣିନଥିଲେ ବୋଲି ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

The post ସ୍ୱାମୀଙ୍କ ଟଙ୍କା ଉପରେ କେବଳ ପ୍ରଥମ ପତ୍ନୀଙ୍କ ଅଧିକାର ବୋଲି କହିଲେ କୋର୍ଟ appeared first on Odisha Reporter.



from Odisha Reporter https://ift.tt/3jspGmf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages