ଦିନକରେ ରେକର୍ଡ ୭୬ ହଜାର ଆକ୍ରାନ୍ତ, ୬୫ ହଜାର ସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ଦିନକରେ ରେକର୍ଡ ୭୬ ହଜାର ଆକ୍ରାନ୍ତ, ୬୫ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଏବେ ପ୍ରତିଦିନ ୭୦ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବି ୩୪ ଲକ୍ଷ ପାର କରିଯାଇଛି।

ଗତ ୨୪ ଘଣ୍ଟାରେ ୭୬,୪୭୨ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪,୬୩,୯୭୩ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୧୦୨୧ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୨,୫୫୦କୁ ବୃଦ୍ଧି ପାଇଛି।

ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ପୁଣି ୬୫,୦୫୦ ଜଣ ସୁସ୍ଥ ହୋଇଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୬,୪୮,୯୯୮ରେ ପହଞ୍ଚି ଯାଇଛି। ଏହାର ଅର୍ଥ ଦେଶରେ ଏବେ ୭,୫୨,୪୨୪ ଆକ୍ଟିଭ କେସ ରହିଛି। ଦେଶରେ ଆରୋଗ୍ୟ ହାର ୭୬.୪୭% ଥିବା ବେଳେ ମୃତ୍ୟୁହାର ମାତ୍ର ୧.୮୧% ରହିଛି।

ଅନ୍ୟପକ୍ଷରେ ଭାରତରେ କରୋନା ଟେଷ୍ଟ ସଂଖ୍ୟା ୪ କୋଟି ଛୁଇଁଛି। ଦିନକରେ ୯,୨୮,୭୬୧ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏଯାଏ ଦେଶରେ ମୋଟ ୪,୦୪,୦୬୬,୦୯ଟି ନମୁନା ପରୀକ୍ଷା କରାଗଲାଣି।

The post ଦିନକରେ ରେକର୍ଡ ୭୬ ହଜାର ଆକ୍ରାନ୍ତ, ୬୫ ହଜାର ସୁସ୍ଥ appeared first on Odisha Reporter.



from Odisha Reporter https://ift.tt/34HKu4K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages