ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି। ତେଣୁ ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ଖୋଲା ଯାଇଛି। ଏବେ ୪୬ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି।
ଏହା ପୂର୍ବରୁ ଆଜି ସକାଳେ ୪୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ଏହାପରେ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୨ଟି ଗେଟ୍ ଖୋଲାଥିଲେ। ଫଳରେ ୪୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍ପାସନ ହେଉଥିଲା।
ହୀରାକୁଦ ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ୬୨୬.୨୭ ଫୁଟ୍ ରହିଛି।
The post ହୀରାକୁଦ ଡ୍ୟାମ୍ରୁ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି appeared first on Odisha Reporter.
from Odisha Reporter https://ift.tt/2QyxLsO
No comments:
Post a Comment