ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୁଲିସ୍ ମେଡାଲ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୁଲିସ୍ ପଦକ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ଘୋଷଣା କରାଯାଇଛି।
ଓଡ଼ିଶାର ୧୪ ପୁଲିସ୍ ପାଇବେ ରାଷ୍ଟ୍ରପତି ପଦକ ଓ ପୁଲିସ୍ ପଦକ। ସେମାନଙ୍କ ମଧ୍ୟରୁ ୨ ପୁଲିସ୍ ପାଇବେ ରାଷ୍ଟ୍ରପତି ପଦକ। ଭିଜିଲାନ୍ସ ଡିଏସ୍ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଲ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ପଦକ।
୧୨ ପୁଲିସ୍ କର୍ମଚାରୀଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ। ଭିଜିଲାନ୍ସ ASP ଅଭିରାମ କର , ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର ପାଇବେ ଉତ୍କୃଷ୍ଟ ସେବା ପଦକ। ସେମାନଙ୍କ ବ୍ୟତୀତ ଏସିପି ଅନୀଲ ମିଶ୍ର, ଡିଏସ୍ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ ଓ ଇନ୍ସପେକ୍ଟର ନିର୍ମଳ ମହାପାତ୍ରଙ୍କୁ ମିଳିବ ଏହି ପଦକ।
ସେହିପରି ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ମଧ୍ୟ ପୁଲିସ୍ ପଦକ ସମ୍ମାନରେ ସମ୍ମାନିତ କରାଯିବ।
The post ଓଡ଼ିଶାର ୧୪ ଜଣଙ୍କୁ ପୁଲିସ୍ ମେଡାଲ appeared first on Odisha Reporter.
from Odisha Reporter https://ift.tt/31UWP2u
No comments:
Post a Comment