ଫିକା ପଡ଼ିପାରେ ନୂଆଁଖାଇ; ଭେଟଭାଟକୁ ମନା କଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ଫିକା ପଡ଼ିପାରେ ନୂଆଁଖାଇ; ଭେଟଭାଟକୁ ମନା କଲା ପ୍ରଶାସନ

ସମ୍ବଲପୁର/ ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଆଗକୁ ଗଣେଶ ପୂଜା ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆସୁଥିବାରୁ ଶଟଡାଉନ୍‌ କଟକଣା ଭିତରେ ଏହା ଫିକା ପଡ଼ିଯିବାର ଆଶଙ୍କା ଦେଖାଦେଇଛି।  ଝାରସୁଗୁଡ଼ାରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ପାଳନ କରିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ସେହିପରି ନୂଆଁଖାଇ ଦିନ ସର୍ବସାଧାରଣ ସ୍ଥାନରେ ବି ଭେଟଭାଟ ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେବଳ ଘରେ ଓ ପରିବାର ସଦସ୍ୟଙ୍କୁ ନେଇ ଗଣେଶ ପୂଜା ଓ ନୂଆଁଖାଇ ପାଳନ ହେବ ବୋଲି ଆଦେଶ ଦିଆଯାଇଛି।

ଆସନ୍ତା ୨୩ରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ଜାକଜମକରେ ତଥା ଉତ୍ସାହ ଉଦ୍ଦିପନାର ସହ ପାଳନ ନିମନ୍ତେ ବର୍ଷ ସାରା ଅପେକ୍ଷା କରିଥାନ୍ତି ପଶ୍ଚିମ ଓଡ଼ିଶା ବାସିନ୍ଦା। ହେଲେ ଚଳିତ ବର୍ଷ ଶଟଡାଉନ୍‌ ପାଇଁ ଏହା ଫିକା ପଡ଼ିଯିବା ଆଶଙ୍କା ଥିବାରୁ ଶଟଡାଉନ୍‌ ଘୁଞ୍ଚାଇବାକୁ ହୋଇଛି ଅନୁରୋଧ ।  ଏ ନେଇ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର  ଓ ରେଙ୍ଗାଲି ବିଧାୟକ ନାଉରି ନାୟକ ।

ଏହି ଉଭୟ ବିଧାୟକ କରିଥିବା ଅନୁରୋଧ ଅନୁଯାୟୀ, ଆସନ୍ତା ୨୩ରେ ନୂଆଁଖାଇ ପର୍ବ ପଡୁଛି । ଏହା ପୂର୍ବରୁ  ୨୨ ଓ ୨୩ ତାରିଖରେ ଶଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହାର ପ୍ରଭାବ ନୂଆଁଖାଇ ଉପରେ ପଡ଼ିବ। ପର୍ବ ପାଳନ ସହିତ କିଣାବିକା ଓ ଯାଆସ ପ୍ରଭାବିତ ହେବାର ଆଶଙ୍କା ଅଛି । ତେଣୁ ଶଟଡାଉନ୍‌  ଦିନ ପରିବର୍ତ୍ତନ କରି ଦୁଇ ଦିନ ପୂର୍ବରୁ ବା ପରେ ଶଟଡାଉନ୍‌ ଲାଗୁ କରିବାକୁ ଜୟନାରାୟଣ ଓ ନାଉରି ନାୟକ ଅନୁରୋଧ କରିଛନ୍ତି ।

The post ଫିକା ପଡ଼ିପାରେ ନୂଆଁଖାଇ; ଭେଟଭାଟକୁ ମନା କଲା ପ୍ରଶାସନ appeared first on Odisha Reporter.



from Odisha Reporter https://ift.tt/2XEnPCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages