ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସ୍ଥିତିରେ କ୍ରମଶଃ ସୁଧାର ଆସୁଛି।  ଡ୍ୟାମ୍‌କୁ ଜଳ ପ୍ରବେଶ କମୁଛି। ହୀରାକୁଦକୁ ଜଳପ୍ରବାହ କମିବାରୁ  ଆଉ ୪ ଗେଟ୍‌କୁ ବନ୍ଦ କରି ଦିଆଯାଇଛି । ହୀରାକୁଦ ଡ୍ୟାମ୍‌ରୁ ଏବେ ୩୬ ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ ।

ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ୍ ରହିଛି । ସେକେଣ୍ଡ ପ୍ରତି ଡ୍ୟାମ୍‌କୁ ୪ ଲକ୍ଷ ୯୪ ହଜାର ୦୯୪ କ୍ୟୁସେକ୍ ଜଳ ପଶୁଛି । ଡ୍ୟାମରୁ ନିଷ୍କାସିତ ହେଉଛି ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ୍ ଜଳ । କଟକ ମୁଣ୍ଡଳିରେ ୯ ଲକ୍ଷ ୨୩ ହଜାର ୭୫୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ।

ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୁ  ଅଧିକ ପାଣି ପ୍ରବାହିତ ହେବ ନାହିଁ ବୋଲି ଗତକାଲି ଏସ୍‌ଆରସି ଗଣମାଧ୍ୟମକୁ ସୂଚନା ଦେଇଥିଲେ।  ଅପରପକ୍ଷେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍, NDRF ଟିମ୍ ଓ ପ୍ରଶାସନ ପ୍ରସ୍ତୁତ ଥିବା ମଧ୍ୟ କହିଥିଲେ SRC।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ହୀରାକୁଦର ୩ଟି ଗେଟ୍‌ ବନ୍ଦ ହୋଇଥିଲା।

The post ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‌ appeared first on Odisha Reporter.



from Odisha Reporter https://ift.tt/3gJLCr8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages