ଆବଶ୍ୟକ ସାମଗ୍ରୀ : ଚୁଙ୍ଗୁଡ଼ି, କମଳା, ଅଦାରସୁଣ ବଟା, ଧନିଆ ଜିରା ବଟା, ଅଦା ବଟା, ଲଙ୍କାଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ସୋରିଷ ବଟା, ଅଟା ଚକଟା, ଜୁଆଣି ପତ୍ର ବଟା, ତେଲ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଜୁଆଣି ପତ୍ରକୁ ବାଟି ରଖନ୍ତୁ। ପରେ ଚିଙ୍ଗୁଡ଼ିରେ ହଳଦୀଗୁଣ୍ଡ, ରସୁଣ ବଟା, ସୋରିଷ ବଟା, ଅଦା ବଟା, ଜିରା ଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣି ପତ୍ର ବଟାକୁ ପକାଇ ଭଲ ଭାବରେ ଗୋଳାନ୍ତୁ।
ଏହାପରେ ବଡ଼ କମଳାକୁ ମଝିରୁ ଦୁଇଭାଗ କରି ତା’ର ଭିତର ଅଂଶକୁ ବାହାର କରିଦିଅନ୍ତୁ। ଏହାପରେ ମସଲା ଗୋଳା ଚିଙ୍ଗୁଡ଼ିକୁ କମଳାର ଖୋଳପା ଭିତରେ ପୂରାଇ ତା’କୁ ଅଟା ଦ୍ୱାରା ବନ୍ଦ କରି ନିଆଁ ଅଙ୍ଗାରରେ ୧୦ରୁ ୧୫ ମିନିଟ୍ ଯାଏଁ ପୋଡ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସନ୍ତରା ଚିଙ୍ଗୁଡ଼ି ପୋଡ଼ା।
The post ସନ୍ତରା ଚିଙ୍ଗୁଡ଼ି ପୋଡ଼ା appeared first on Odisha Reporter.
from Odisha Reporter https://ift.tt/3hGXNpV
No comments:
Post a Comment