ଜଳେଶ୍ୱର(ଅଜିତ ଦାସ): ମା’ ବିନା ଫୁଟୁଛି କୁକୁଡ଼ା ଛୁଆ। ଏହା ଅବିଶ୍ୱାସ ଲାଗୁଥିଲେ ବି ଏହାକୁ ବାସ୍ତବ ରୂପ ଦେଇଛନ୍ତି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାରବାଟୀଆ ଗ୍ରାମର ତାପସ ଦେ। ଏଥିପାଇଁ ବେଶି ଖର୍ଚ୍ଚ ମଧ୍ୟ କରି ନାହାନ୍ତି ତାପସ। ଘରେ ଥିବା ଅଦରକାରୀ ଜିନିଷକୁ ଯୋଡ଼ି ଏପରି ଏକ ମେସିନକୁ ସେ ବାସ୍ତବ ରୂପ ଦେଇଛନ୍ତି।
କଟକରେ ଆଇଟିଆଇ ଦ୍ୱିତୀୟ ବର୍ଷ ପଢ଼ୁଥିବା ତାପସ ଲକ୍ଡାଉନ୍ ଯୋଗୁ ୩ ମାସ ହେଲା ଘରେ ବସି ରହିଛନ୍ତି। ଏହି ସମୟରେ କ’ଣ କରିବେ ଭାବି ଅନଲାଇନ୍ରେ ଏପରି ଏକ ମେସିନ ଦେଖିଥିଲେ। ଯାହା ଭିତରେ ଅଣ୍ଡା ରଖିଲେ ବିନା ମା’ ସାହାଯ୍ୟରେ ୨୦ରୁ ୨୫ ଦିନରେ ଅଣ୍ଡାରୁ ଛୁଆ ଫୁଟି ପାରୁଥିବା ସେ ଦେଖିଲେ। ଏହାପରେ ଆଇଟିଆଇ ଛାତ୍ର ହୋଇଥିବାରୁ ନିଜେ ମଧ୍ୟ ଏପରି ଏକ ମେସିନ କରିବାକୁ ମନ ବଳାଇଲେ। । ଏଥିନିମନ୍ତେ ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆବଶ୍ୟକ ଅର୍ଥ ତାଙ୍କ ପାଖରେ ନ ଥିବାରୁ ମାମୁଁ, ଭାଇ ଏଥିନିମନ୍ତେ ସହଯୋଗ କରିଥିବା କହିଛନ୍ତି ତାପସ।
ଏପରି ଏକ ମେସିନ ତିଆରି କରି ଚର୍ଚ୍ଚା ଥିବା ତାପସ କହିଛନ୍ତି, ଏକ ମ୍ୟୁଜିୟମରେ ବତକ ଅଣ୍ଡା ଫୁଟୁଥିବା ଦେଖିଥିଲି। ଏହାପରେ ଅନଲାଇନ୍ରେ ମଧ୍ୟ ଏହାର ପ୍ରୋସେସ ଦେଖିଲି। ଗୋଟିଏ ବଡ଼ କାଗଜ ପେଟି, ଗୋଟିଏ ଡିସି ମଟର, ୧୦୦ ୱାଟର ଲାଇଟ, ଲୋକାଲ କମ୍ପାନୀର ହାଇଡ୍ରୋମିଟର, ଲାଇଟକୁ କଣ୍ଟ୍ରୋଲ କରିବା ପାଇଁ ରେଗୁଲେଟର ଲଗାଇ ନିଜ କଳ୍ପନାକୁ ବାସ୍ତବ ରୂପ ଦେଇଛି। ମୁଖ୍ୟତଃ ତାପମାତ୍ର ଭିନ୍ନ ହେଉଥିବା ବେଳେ ରୋଟେଡ ହେବା ପରେ ଅଣ୍ଡା ଫୁଟି ପାରୁଛି। ବର୍ତ୍ତମାନ ସୁଦ୍ଧା ୨୦ଟି ପାଖାପାଖି ଅଣ୍ଡା ବସାଇଥିବା ବେଳେ ୧୨ଟିରୁ ଛୁଆ ଫୁଟି ସାରିଛି। ”
ତାପସ ପିଲା ଦିନୁ ଜଣେ ମେଧାବୀ ଛାତ୍ର ଥିବା ବେଳେ ଆଇଟିଆଇ ପରେ ଡିପ୍ଲୋମା କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ତାଙ୍କ ରାସ୍ତାରେ ଅର୍ଥ ବାଧା ସୃଷ୍ଟି କରୁଥିବାରୁ ସରକାରୀ ସହାୟତା ମିଳିଲେ ଆଗକୁ ବଢ଼ି ପାରନ୍ତେ ବୋଲି କହିଛନ୍ତି।
The post ଅବିଶ୍ୱାସ ଲାଗୁଥିଲେ ବି ସତ; ମା’ ବିନା ଅଣ୍ଡାରୁ ଫୁଟୁଛି କୁକୁଡ଼ା ଛୁଆ appeared first on Odisha Reporter.
from Odisha Reporter https://ift.tt/2BRrBAo
No comments:
Post a Comment