ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ମୁମ୍ୱାଇ: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ହେବା ପରେ ଘଟଣାରେ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ପୁଅର ମାନସିକ ଅବସ୍ଥା ପାଇଁ ରିୟା ହିଁ ଦାୟୀ। ଆଉ ଏବେ ସୁଶାନ୍ତଙ୍କ ଜଣେ ପୂର୍ବତନ ରୋଷେୟା ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍। ଏହି ରୋଷେୟା ଜଣଙ୍କ ୨୦୧୯ ସେପ୍ଟେମ୍ୱର ମାସ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରେ କାମ କରୁଥିଲେ।

ରୋଷେୟା ଅଶୋକ କୁମାର ଖାସୁ କହିଛନ୍ତି, ‘ତାଙ୍କୁ ଘରୁ କାହିଁକି ବାହାର କରିଦିଆଯାଇଥିଲା, ସେ ଏପର୍ଯ୍ୟନ୍ତ ଏହାର କାରଣ ଜାଣିପାରିଲେ ନାହିଁ। ବାହାରିବା ପରେ ସେ ସୁଶାନ୍ତଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ତାହା ସମ୍ଭବ  ହୋଇପାରି ନ ଥିଲା। ମୋତେ କାମରୁ ବାହାର କରି ଦେବାକୁ ରିୟା ମାଡାମ୍‌ ତାଙ୍କୁ କହିଥିବା ମ୍ୟାନେଜର ସାମୁଏଲ୍‌ ମିରାଣ୍ଡା କହିଥିଲେ। ମୋର ଆଉ କୌଣସି ଆବଶ୍ୟକତା ନଥିବା ରିୟା ମାଡାମ୍ ତାଙ୍କୁ କହିଥିଲେ। ଅନ୍ୟ ସମସ୍ତ ଷ୍ଟାଫ୍‌ଙ୍କୁ ମଧ୍ୟ ବଦଳାଇ ଦେବାକୁ ଯୋଜନା ଚାଲିଥିବା ସେ କହିଥିଲେ। ତେବେ ପୁରୁଣା ଷ୍ଟାଫ‌ଙ୍କ ମଧ୍ୟରୁ ଦୁଇଜଣ ଶେଷ ପର୍ଯ୍ୟନ୍ତ ସେଠାରେ ରହିଥିଲେ।’

ଅଶୋକ ଆହୁରି କହିଛନ୍ତି, କାମରୁ ବାହାରିବା ପରେ ମୁଁ ପୁରୁଣା ଷ୍ଟାଫ୍‌ଙ୍କ ସହିତ ଯୋଗାଯୋଗରେ ରହିଥିଲି। ସେମାନେ କହିଥିଲେ, ସାର୍‌ ୟୁରୋପରୁ ଫେରିବା ପରେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ସ୍ୱାସ୍ଥ୍ୟ ଭଲ ରହୁ ନଥିଲା। ୨୦୧୯ ମାର୍ଚ୍ଚରେ ରିୟା ମାଡାମ୍ ସୁଶାନ୍ତଙ୍କ ଘରକୁ ଶିପ୍ଟ ହୋଇଯାଇଥିଲେ। ଚାରିବର୍ଷ କାମ କରିବା ଭିତରେ ମୁଁ କେବେ ସାର୍‌ଙ୍କୁ ଉଦାସ ରହିବା ଦେଖି ନଥିଲି। ସେ ସବୁବେଳେ ସୁସ୍ଥ ଓ ଫିଟ୍‌ ଥିଲେ। ଯଦି ଲୋକମାନେ କହୁଛନ୍ତି, ସେ ଡିପ୍ରେସନ୍‌ରେ ଥିଲେ, ତେବେ ସାର୍‌ଙ୍କୁ କେହି ନିର୍ଯାତନା ଦେଇଥିବ। ଏହାର କାରଣ ଖୋଜିବା ଆବଶ୍ୟକ।

ସେ କହିଛନ୍ତି, ମୋ ମନରେ ସନ୍ଦେହ ହେଉଛି ଯେ ମୋ ସାର୍‌ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍ ଥିବା ସତ୍ତ୍ୱେ ସେପ୍ଟେମ୍ୱର ମାସ ପରଠାରୁ କିପରି ଅସୁସ୍ଥ ହୋଇ ଡିପ୍ରେସନକୁ ଚାଲିଗଲେ।

ଅଶୋକଙ୍କ କହିବା ଅନୁସାରେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନି ଓ ରିୟା ଚକ୍ରବର୍ତ୍ତୀ ହିଁ କେବଳ ତାଙ୍କୁ ମେଡିସିନ୍‌ ଖାଇବା ପାଇଁ ଦେଉଥିଲେ। ସିଦ୍ଧାର୍ଥ ଓ ରିୟାଙ୍କ ବ୍ୟତୀତ ଆଉ କାହାକୁ ତାଙ୍କୁ ମେଡିସିନ୍ ଦେବାକୁ ଅନୁମତି ନଥିଲା।

୨୦୧୯ ନଭେମ୍ୱର ମାସର ଏକ ଘଟଣାକୁ ମନେ ପକାଇ ଅଶୋକ କହିଛନ୍ତି, ନଭେମ୍ୱର ମାସରେ ମୁଁ ଓ ସାର୍‌ଙ୍କ ଭଉଣୀ ପ୍ରିୟଙ୍କା ସିଂହ ସାର୍‌ଙ୍କୁ ଦେଖା କରିବାକୁ ଚାହୁଁଥିଲୁ। କିନ୍ତୁ ସାର୍‌ ଏକ ମିଟିଙ୍ଗରେ ବ୍ୟସ୍ତ ଅଛନ୍ତି କହି ସେମାନେ ମନା କରି ଦେଇଥିଲେ। ମାର୍ଚ୍ଚ ମାସରେ ସାର୍‌ଙ୍କ ଭଉଣୀ ପ୍ରିୟଙ୍କା ସିଂହ ଓ ଭିଣୋଇ ତାଙ୍କ ସହିତ ରହିଥିଲେ। କିନ୍ତୁ ନଭେମ୍ୱରରେ ତାଙ୍କୁ ସାର୍‌ଙ୍କ ସହିତ ଦେଖା କରିବାକୁ ଦିଆଯାଇନଥିଲା। ପ୍ରିୟଙ୍କା ସିଂହ ତାଙ୍କ ମୋବାଇଲ୍‌ରୁ ସାର୍‌ଙ୍କୁ ମେସେଜ୍ କରିଥିଲେ। କିନ୍ତୁ ସେ ବ୍ୟସ୍ତ ଥିବା ନେଇ ତାଙ୍କ ମୋବାଇଲ୍ ନମ୍ବରରୁ ପ୍ରିୟଙ୍କା ସିଂହଙ୍କ ପାଖକୁ ଏକ ମେସେଜ୍ ଆସିଥିଲା।

The post ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା appeared first on Odisha Reporter.



from Odisha Reporter https://ift.tt/3k9CZsW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages