ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କଟକପଡ଼ା ଗାଁରେ ବୋମାମାଡ଼ ହୋଇଛି । ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ନିରଞ୍ଜନ ସେଠୀ ଓ ନନ୍ଦ କିଶୋର ବେହେରା।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିରଞ୍ଜନ ଓ ନନ୍ଦ କିଶୋର ଗାଁ ମୁଣ୍ଡ ପୋଖରୀକୁ ଶୌଚ ହେବାକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ତିନୋଟି ବୋମା ଫିଙ୍ଗିଥିଲେ। ବୋମାମାଡ଼ ଶବ୍ଦ ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ଗାଁ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୋମାମାଡ଼ରେ ନିରଞ୍ଜନ ଓ ନନ୍ଦ କିଶୋରଙ୍କ ହାତ, ଗୋଡ଼ ଓ ପେଟରେ ଆଘାତ ଲାଗିଛି। ବ୍ରହ୍ମଗିରି ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ବୋମାମାଡ଼ରେ ଦୁଇ ଯୁବକ ଆହତ appeared first on Odisha Reporter.
from Odisha Reporter https://ift.tt/2DabvCL
No comments:
Post a Comment