ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ଆଉ ଏକ ଓଲିଉଡ୍ ଫିଲ୍ମ। ଏହାର ନାଁ ‘ମହାବାହୁ’। ଆର୍ ଆର୍ ଇଭେଣ୍ଟସ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଆକାଶ ଦାଶ ନାୟକ ଓ ପ୍ରକୃତି ମିଶ୍ର। ନିକଟରେ ଫିଲ୍ମର ମହୁରତ ସରିଯାଇଛି। ଅକ୍ଟୋବରରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ରମେଶ ବାରିକ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ନିର୍ଦ୍ଦେଶନା ଦେବେ ଅଭିନେତା ଶ୍ରୀତମ ଦାଶ। ପ୍ରେମ୍ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେବେ।
ପ୍ରକୃତି ଓ ଆକାଶଙ୍କ ବ୍ୟତୀତ ଏହି ଫିଲ୍ମରେ ଉଷଶୀ ମିଶ୍ର, ବବି ମିଶ୍ର ଓ ପପି ସାନ୍ତୁକା ପରି କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମର ଶୁଟିଂ ଓଡ଼ିଶା ଭିତରେ କରିବାକୁ ସ୍ଥିର କରାଯାଇଛି। କଟକ, ଭୁବନେଶ୍ୱର ଓ ପୁରୀ ଆଦି ଅଞ୍ଚଳରେ ଫିଲ୍ମର ଅଧିକାଂଶ ଭାଗ ଶୁଟିଂ ହେବ ବୋଲି କୁହାଯାଉଛି।
ନିକଟରେ ପ୍ରକୃତି ମହୁରତ ଦିନର ଏକ ଫଟୋ ଶେଆର କରି ସେ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏଥିପାଇଁ ଦର୍ଶଙ୍କର ଭଲପାଇବା ଦରକାର ବୋଲି କହିଥିଲେ।
ପ୍ରକୃତି ହିନ୍ଦୀ ଫିଲ୍ମ ‘ପ୍ରଚଣ୍ଡ’ରେ ମଧ୍ୟ କାମ କରୁଛନ୍ତି। ସୁଶାନ୍ତ ପଣ୍ଡା ଏହାର ନିର୍ଦ୍ଦେଶନା ଦେଉଛନ୍ତି। ପ୍ରକୃତି ଏହି ଫିଲ୍ମର ପୋଷ୍ଟର ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଥିଲେ।
ସୂଚନାଯୋଗ୍ୟ, ‘ହରିଭାଇ ହାରେନା’, ‘ସାବତ ମା’, ‘ଶାଶୂଘର ଚାଲିଯିବି’, ‘ସାତ ସୁରେ ବନ୍ଧା ଏ ଜୀବନ’ ଓ ‘ପାଗଳ କରିଚି ପାଉଁଜି ତୋର’ ଆଦି ଫିଲ୍ମରେ କାମ କରିଛନ୍ତି ପ୍ରକୃତି।
The post ଏକାଠି ହେଲେ ଆକାଶ ଓ ପ୍ରକୃତି appeared first on Odisha Reporter.
from Odisha Reporter https://ift.tt/2EI6IJ2
No comments:
Post a Comment