ରାଉରକେଲା(ଓଡ଼ିଶା ରିପୋର୍ଟର): ମାତ୍ର ୨୦ ମିନିଟ ସମୟ ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଏଥିନିମନ୍ତେ ରାଉରକେଲାରେ ଆରମ୍ଭ ହେବ ଟ୍ରିପଲ ଆଣ୍ଟିଜେନ୍ ଟେଷ୍ଟ । ଆସନ୍ତା ସପ୍ତାହକ ମଧ୍ୟରେ ଏହି ଟେଷ୍ଟ ଆରମ୍ଭ କରାଯିବ । ଦିନକୁ ପ୍ରାୟ ୩ ହଜାର ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ରାଉରକେଲାରେ ଥିବା ଲକ୍ଷଣ ବିହୀନ କରୋନା ରୋଗୀଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହେବ । ରାଉରକେଲାରେ ଆଣ୍ଟିଜେନ୍ ପରୀକ୍ଷା କରାଯିବା ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଜଳ ରାଜସ୍ୱ କମିଶନର ନିରଂଜନ ସାହୁ।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୬୨ରେ ପହଞ୍ଚିଥିବା ବେଳେ ୧୪୫୯ ଜଣ ସୁସ୍ଥ ହୋଇ ସାରିଲେଣି। ଜିଲ୍ଲାରେ ଏବେ ୮୮୧ ଜଣ ଚିକିତ୍ସାଧୀନ ଥିବା ବେଳେ କରୋନା ଯୋଗୁ ୧୮ ଜଣ ଆଖି ବୁଜି ସାରିଲେଣି।
The post ଟ୍ରିପଲ ଆଣ୍ଟିଜେନ୍ ଟେଷ୍ଟ; ମାତ୍ର ୨୦ ମିନିଟ୍ରେ ଚିହ୍ନଟ ହେବେ କରୋନା ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3itWHO8
No comments:
Post a Comment