ନବରଙ୍ଗପୁର(ନବଘନ ବିଷୋୟୀ): ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଭୀମା ସାହିରେ। ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ।
ସୂଚନାଅନୁସାରେ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୋଲିଗୁଡା ଗାଁର ଆଲବର୍ଟ ସେକ୍ସପିଅର ବେନିଆ ତନୁଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ। ତନୁଶ୍ରୀଙ୍କ ଘର ଡାବୁଗାଁ ଥାନା ଅନ୍ତର୍ଗତ ଘୁଷୁରାମାରୁଗୁଡା ଗାଁରେ। ହେଲେ ବିବାହର କିଛି ଦିନ ପରେ ଆଲବର୍ଟଙ୍କ ପରିବାର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ।
ନିର୍ଯାତନା ଅସହ୍ୟ ହେବାରୁ ଆଲବର୍ଟ ଓ ତନୁଶ୍ରୀ ପାପଡାହାଣ୍ଡିସ୍ଥିତ ଭୀମା ସାହିରେ ଏକ ଭଡା ଘରେ ରହୁଥିଲେ। ହେଲେ ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ରାତି ପ୍ରାୟ ୧୨ଟା ଆଲବର୍ଟ ତନୁଶ୍ରୀଙ୍କ ଘରକୁ ଫୋନ କରିଥିଲେ। ଆଉ ତମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ଏହାଶୁଣି ତନୁଶ୍ରୀଙ୍କ ପରିବାର ଲୋକେ ସେମାନେ ରହୁଥିବା ଘରେ ଆସି ପହଞ୍ଚିଥିଲେ। ହେଲେ ଆଲବର୍ଟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ତନୁଶ୍ରୀଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବିରୋଧରେ ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ସ୍ୱାମୀ ଓ ତାର ପରିବାର ମିଶି ଝିଅକୁ ହତ୍ୟା କରି ରୋଷେଇ ଘରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଯୌତୁକ ହେଲା କାଳ; ଗର୍ଭବତୀ ସ୍ତ୍ରୀକୁ ମାରି ଦେଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/2PtLCQO
No comments:
Post a Comment