ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ଘଞ୍ଚ ଜଙ୍ଗଲ ଭିତରେ ଠାବ ହୋଇଛି ଅଲୌକିକ ଗୁମ୍ଫା। ରାତି ହେଲେ ଗୁମ୍ଫା ଭିତରରୁ ଶୁଣିବାକୁ ମିଳୁଛି ସଂକୀର୍ତ୍ତନ ଧ୍ୱନି। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଧି ପାଟଣା ଗାଁ ନିକଟ ଜଙ୍ଗଲ ଭିତରେ ଥିବା ଗୁମ୍ଫାରେ। ଏହି ଖବର ପ୍ରଚାରିତ ହେବା ପରେ ଏଠାରେ ଲୋକେ ପୂଜାର୍ଚ୍ଚନା କରିବା ପାଇଁ ଭିଡ଼ ଜମାଉଛନ୍ତି।
ଏହି ପ୍ରାଚୀନ ଗୁମ୍ଫା ଭିତରେ ରହିଛି ସାତ ବଖରା ଘର ଓ ଗୋଟିଏ ପକ୍କା କୂଅ। କିନ୍ତୁ ତିନି ବଖରା ଘରକୁ ସ୍ଥାନୀୟ ଲୋକେ ଯିବା ଆସିବା କରିପାରୁଥିବା ବେଳେ ଅନ୍ୟ ୪ ବଖରା ଘରକୁ କେହି ଯାଇପାରୁ ନାହାନ୍ତି। ବର୍ଷା ଦିନ ହୋଇଥିବା ଯୋଗୁ କାଦୁଆ ଜମି ରହିବା ସହ ଶିଉଳି ଲାଗି ରହିଛି। ଯାହାଦ୍ୱାରା ଗୁମ୍ଫା ଭିତରକୁ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସ୍ଥାନୀୟ ଲୋକ ଗୋପୀନାଥ ସାହୁ କହିଛନ୍ତି, “ ୭୦ବର୍ଷ ଭିତରେ ଏଠାରେ ଏପରି ଅଲୌକିକ ଗୁମ୍ଫା ଥିବା ମୁଁ କେବେ ଜାଣି ନଥିଲି । ହେଲେ ଏହି ଗୁମ୍ଫାରେ ସାଧୁସନ୍ଥ ରହୁଥିବା ଦେଖିଛି। ସାଧୁସନ୍ଥ ଯିବା ପରେ ଏହି ସ୍ଥାନକୁ କେହି ଆସନ୍ତି ନାହିଁ। ଏହି ଗୁମ୍ଫା ଚାରିପଟେ ଜଙ୍ଗଲ ହୋଇଯାଇଥିଲା। ଏବେ ଆମେ ତିନି ଜଣ ପୂଜାର୍ଚ୍ଚନା କରି ଏହି ଗୁମ୍ଫାରେ ରହିଛୁ। ରାତି ହେଲେ ଏହି ଗୁମ୍ଫାରେ ସଂକୀର୍ତ୍ତନର ଧ୍ୱନି ଶୁଣି ପାରୁଛୁ। ଏହି ଗୁମ୍ଫା ଭିତରେ ଏକ ପକ୍କା କୂଅ ଅଛି। ସେହି କୂଅ ଭିତରେ ଠାକୁର ଅଛନ୍ତି। ”
The post ଅଲୌକିକ ଗୁମ୍ଫା; ରାତିରେ ଶୁଭୁଛି ସଂକୀର୍ତ୍ତନ ଧ୍ୱନି appeared first on Odisha Reporter.
from Odisha Reporter https://ift.tt/2XOPRev
No comments:
Post a Comment