‘ରିଆ ମୋ ପୁଅକୁ ବିଷ ଦେଉଥିଲେ ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

‘ରିଆ ମୋ ପୁଅକୁ ବିଷ ଦେଉଥିଲେ ’

ମୁମ୍ୱାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂହ ରିଆ ଚକ୍ରବର୍ତ୍ତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। କେକେ ସିଂହଙ୍କ କହିବା ଅନୁସାରେ ଲଗାତାର ଭାବରେ ରିଆ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଆସୁଥିଲେ। ରିଆ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି।

ସୁଶାନ୍ତଙ୍କ ବାପା ଗତକାଲି ରିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଏକ ମାମଲା ରୁଜୁ କରିଛନ୍ତି। ସେହିପରି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ସିବିଆଇର ପଚରାଉଚରା ସମୟରେ ଗତକାଲି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଜୁନ୍ ୮ ତାରିଖ ଦିନ ରିଆ ସୁଶାନ୍ତଙ୍କ ଘରୁ ବାହାରିବା ପୂର୍ବରୁ କିଛି ହାର୍ଡ ଡ୍ରାଇଭକୁ ନଷ୍ଟ କରିଥିଲେ ବୋଲି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ପୂର୍ବ ମ୍ୟାନେଜର ଦିପେଶ ସାୱନ୍ତ ଓ ସାମୁଏଲ ମିରାଣ୍ଡା ସିବିଆଇ ଆଗରେ ସ୍ୱୀକାର କରିଛନ୍ତି।

ରିଆ ଏସବୁ ହାର୍ଡ ଡାଇଭ୍ ଭାଙ୍ଗିବା ବେଳେ ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍ ମେଟ୍ ସିଦ୍ଧାର୍ଥ ପଠାନୀ ଓ ନିରଜ ସେଠାରେ ଘରେ ଉପସ୍ଥିତ ଥିଲେ।

ଏସବୁ ତଥ୍ୟ ଜଣାପଡ଼ିବା ପରେ ରିଆଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି।

The post ‘ରିଆ ମୋ ପୁଅକୁ ବିଷ ଦେଉଥିଲେ ’ appeared first on Odisha Reporter.



from Odisha Reporter https://ift.tt/31yj6Eq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages