୮୦ ଲକ୍ଷର ଧଳା ଜହର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

୮୦ ଲକ୍ଷର ଧଳା ଜହର ଜବତ

ଜଳେଶ୍ୱର(ଅଜିତ ଦାସ):  ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଧରା ପଡ଼ିଲା ଧଳା ଜହର କାରବାର।  ଆଜି ସକାଳୁ STF ର ଏକ ସ୍ୱତନ୍ତ୍ର ଟିମ୍‌ ଜଳେଶ୍ୱରରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି ।  ତେବେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ବୋଲି କୁହାଯାଉଛି ।

ପୂର୍ବ ଯୋଜନା ମୁତାବକ, STF ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳୁ ସକାଳୁ ସେକବାଡ଼ ଅଞ୍ଚଳରେ ଚଢ଼ାଉ ଏସ୍‌.କେ ନାସିନ ନାମକ ଯୁବକଙ୍କୁ ଗିରଫ କରିଛି।  ତାଙ୍କ ନିକଟରୁ ୮୦୦ ଗ୍ରାମ ବ୍ରାଉନସୁଗର ମଧ୍ୟ ଜବତ ହୋଇଛି। ହେଲେ ଏହି ବ୍ରାଉନସୁଗର କେଉଁଠୁ ଆସିଲା, କେଉଁଠିକୁ ଯାଇଥାନ୍ତା ତଥା ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ସମ୍ପର୍କରେ କିଛି ସୂଚନା ମିଳିନି। ଏସ୍‌.କେ ନାସିନ ଏହି କାରବାରରେ କେବେଠୁ ସମ୍ପୃକ୍ତ ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳି ନ ଥିବା ଜଣାଯାଇଛି।

 

 

The post ୮୦ ଲକ୍ଷର ଧଳା ଜହର ଜବତ appeared first on Odisha Reporter.



from Odisha Reporter https://ift.tt/3gtBiDj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages