୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତା ନଭେମ୍ବର ୨୭ ତାରିଖରେ ପ୍ରଭୁଙ୍କ ଏହି ରୂପର ଦର୍ଶନ ପାଇପାରିବେ ଭକ୍ତ ।  ଏଥିପାଇଁ  ନିଜ ତୂଳିର ନିଖୁଣ ସ୍ପର୍ଶରେ ନାଗାର୍ଜୁନ ବେଶକୁ ଜୀବନ୍ତ କରିବା କାମରେ ଲାଗି ପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀମାନେ ।

ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶନ କରାଯିବ।  ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁଃପାର୍ଶ୍ୱରେ ସୁସଜ୍ଜିତ କରି ଚିତ୍ରିତ କରୁଛନ୍ତି ଶିଳ୍ପୀମାନେ।

 

କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ଏବେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରୁନାହାନ୍ତି । ଯଦି ଆସନ୍ତା ନଭେମ୍ବର ମାସକୁ ଅବସ୍ଥାରେ ସୁଧାର ଆସିଥିବ,ତେବେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇବେ। ଫଳରେ ସେମାନେ ନାଗାର୍ଜୁନ ବେଶରେ ପ୍ରଭୁଙ୍କ ଦର୍ଶନ କରିପାରିବେ  ବୋଲି ଆଶା ରଖିଛନ୍ତି ଚିତ୍ରଶିଳ୍ପୀମାନେ ।

The post ୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3axvjfm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages