ଟଙ୍କା ଲୁଟ୍ ପାଇଁ ଆସି ଏଟିଏମ୍‌ ଜାଳିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ଟଙ୍କା ଲୁଟ୍ ପାଇଁ ଆସି ଏଟିଏମ୍‌ ଜାଳିଦେଲେ!

ଉଦଳା(ମାନସ ପାଣି): ଟଙ୍କା ଲୁଟ୍ ପାଇଁ ଆସି ବିଫଳ ହେବା ପରେ ଏଟିଏମ୍‌ ଜାଣିଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଉଦଳା କଲେଜ ରୋଡରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ପାଇଁ ଯାଇଥିଲେ। ହେଲେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରି ବିଫଳ ହେବାପରେ ଦୁର୍ବୃତ୍ତମାନେ ଏଟିଏମ୍‌ ଜାଳି ଦେଇ ସେଠାରୁ ପଳାଇଯାଇଥିବା ଅନୁମାନ କରାଯାଉଛି। ଏଟିଏମ୍ ପାଖରୁ ଗ୍ୟାସ୍ କଟର୍ ମେସିନ୍ ଜବତ ହୋଇଛି। ତେବେ ଏଟିଏମ୍‌ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ, ସେ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଏଟିଏମ୍‌ରେ ୨୦ ଲକ୍ଷ ଥିବା  ବ୍ୟାଙ୍କ ପକ୍ଷରୁ ସୂଚନା  ଦିଆଯାଇଛି।

 

 

The post ଟଙ୍କା ଲୁଟ୍ ପାଇଁ ଆସି ଏଟିଏମ୍‌ ଜାଳିଦେଲେ! appeared first on Odisha Reporter.



from Odisha Reporter https://ift.tt/3iIwLi2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages