ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ଚିହିଁକି ଉଠିଲେ ରାହୁଲ, ବୈଠକରେ ବରିଷ୍ଠ ନେତାଙ୍କ ପାଲଟା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ଚିହିଁକି ଉଠିଲେ ରାହୁଲ, ବୈଠକରେ ବରିଷ୍ଠ ନେତାଙ୍କ ପାଲଟା ଜବାବ

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ମୁଖିଆ କିଏ ହେବ, ତା’କୁ ନେଇ ଆଜି ଦଳର କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ବୈଠକ ଆରମ୍ଭ ହୋଇଛି। ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ୨୦ରୁ ଅଧିକ କଂଗ୍ରେସ ନେତା ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ତେବେ ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି।

ଚିଠି ଲେଖାଯିବାର ସମୟକୁ ନେଇ ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇବା ସହ କିଛି ବରିଷ୍ଠ କଂଗ୍ରେସ ନେତା ବିଜେପି ଷଡ଼ଯନ୍ତ୍ରରେ ସାମିଲ ଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୈଠକରେ ଉପସ୍ଥିତ ଥିବା ଗୁଲାମ ନବୀ ଆଜାଦ ତୀବ୍ର ପ୍ରତିବାଦ କରିଛନ୍ତି। କପିଲ ଶିବଲ ମଧ୍ୟ ଟ୍ୱିଟ କରି ରାହୁଲଙ୍କ ବିଜେପି ଥିଓରୀକୁ ନାପସନ୍ଦ କରିଛନ୍ତି।

ବୈଠକ ବେଳେ ରାହୁଲ ନେତୃତ୍ୱ ପରିବର୍ତ୍ତନ ସଂକ୍ରାନ୍ତ ଚିଠି ପ୍ରସଙ୍ଗ ଉଠାଇଥିଲେ। ସେ ଚିଠି ଲେଖାଯାଇଥିବାରୁ ବେଶ ଆଘାତ ପାଇଥିବା କହିଥିଲେ। ଏହାପରେ ସେ କହିଥିଲେ ଯେ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଚିଠି କାହିଁକି ଲେଖାଗଲା? ଏଭଳି ସମୟରେ ଚିଠି ଲେଖାଯିବା ଠିକ କି? ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ଲଢ଼େଇ କରୁଥିବା ବେଳେ କାହିଁକି ଚିଠି ଲେଖାଗଲା? ଚିଠି ଲେଖିଯିବା ସମୟକୁ ନେଇ ମୁଁ ବେଶ ମର୍ମାହତ। ଦଳର ସହ ମତପାର୍ଥକ୍ୟ ସୃଷ୍ଟି କରିଥିବା ବରିଷ୍ଠ ନେତାମାନେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ବିଜେପି କଥାରେ ସେମାନେ ଏପରି ଚିଠି ଲେଖିଥିବା ମୋର ସନ୍ଦେହ ହେଉଛି ବୋଲି ରାହୁଲ ଅଭିଯୋଗ କରିଥିଲେ।

ବାସ୍‌ ରାହୁଲଙ୍କ ଏହି ବିଜେପି ଷଡ଼ଯନ୍ତ୍ର ଥିଓରୀକୁ ନେଇ ବୈଠକରେ ଝଡ଼ ସୃଷ୍ଟି ହୋଇଥିଲା। ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଥିବା ଗୁଲାମ ନବୀ ଆଜାଦ ଏଭଳି ସନ୍ଦେହକୁ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ ଯେ ଯଦି ମୁଁ ବିଜେପି ଷଡ଼ଯନ୍ତ୍ରରେ ସାମିଲ ଥିବା ପ୍ରମାଣ ମିଳିବ, ତା’ହେଲେ ମୁଁ ତୁରନ୍ତ ଇସ୍ତଫା ଦେଇଦେବି।

ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ ଟ୍ୱିଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧି କହୁଛନ୍ତି ଆମେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛୁ। କଂଗ୍ରେସକୁ ରକ୍ଷା କରିବା ପାଇଁ ମୁଁ ରାଜସ୍ଥାନ ହାଇକୋର୍ଟରେ ଲଢ଼େଇ କରି ସଫଳତା ପାଇଥିଲି। ବିଜେପି ସରକାରଙ୍କୁ ମଣିପୁରରେ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସକୁ ଡିଫେଣ୍ଡ କରିଥିଲି। ମୁଁ ରାଜସ୍ଥାନ ଓ ମଣିପୁରରେ କଂଗ୍ରେସ ପାଇଁ ଲଢ଼ିଛି।

ଦୀର୍ଘ ୩୦ ବର୍ଷ ମଧ୍ୟରେ ଏମିତି କୌଣସି ପ୍ରସଙ୍ଗ ନାହିଁ, ଯେଉଁଥିରେ ମୁଁ ବିଜେପି ସମର୍ଥନରେ ବୟାନ ଦେଇଥିବି। ଏସବୁ ସତ୍ତ୍ୱେ ମୁଁ ବିଜେପି ସହ ହାତ ମିଳାଇ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର କରୁଛି କୁହାଯାଉଛି। ଏହା ନିଶ୍ଚିତ ଅସହ୍ୟ ବୋଲି କପିଲ ଶିବଲ କହିଛନ୍ତି।

The post ନେତୃତ୍ୱ ପରିବର୍ତ୍ତନ ଚିଠିକୁ ନେଇ ଚିହିଁକି ଉଠିଲେ ରାହୁଲ, ବୈଠକରେ ବରିଷ୍ଠ ନେତାଙ୍କ ପାଲଟା ଜବାବ appeared first on Odisha Reporter.



from Odisha Reporter https://ift.tt/31oUGwU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages