୨ ଲକ୍ଷ ଦାଦାବଟି ମାଗି ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

୨ ଲକ୍ଷ ଦାଦାବଟି ମାଗି ୩ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍‌ର ୩ ସହଯୋଗୀ ଗିରଫ ହୋଇଛନ୍ତି। କଟକ ବାଦାମବାଡ଼ି ଅଞ୍ଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ୱାସିମ୍ ଖାନ୍‌, ରାଜେଶ ଓ ମହମ୍ମଦ ଶାହାଜାହାନ୍‌। ସେମାନଙ୍କ ଠାରୁ ୪ଟି ମୋବାଇଲ୍ ଓ ୧୦ ହଜାର ଟଙ୍କା ଜବତ କରାଯାଇଛି।

ବାଦାମବାଡି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ ମିଳିତ ଭାବେ ଚଢଉ କରି ସେମାନଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଏହି ତିନି ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି।

The post ୨ ଲକ୍ଷ ଦାଦାବଟି ମାଗି ୩ ଗିରଫ appeared first on Odisha Reporter.



from Odisha Reporter https://ift.tt/32eHCcU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages