ଆସନ୍ତାକାଲିଠୁ ଏହି ଜିଲ୍ଲା ୪୧ ଘଣ୍ଟା ଶଟ୍‌ଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ଆସନ୍ତାକାଲିଠୁ ଏହି ଜିଲ୍ଲା ୪୧ ଘଣ୍ଟା ଶଟ୍‌ଡାଉନ୍

ନବରଙ୍ଗପୁର (ନବଘନ ବିଶୋୟୀ): ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲା ୪୧ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ରହିବ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଘରେ ରହିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।  ଶଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସେବା ବ୍ୟତୀତ ଅନ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ମେଡିକାଲ ସେବା, ସମସ୍ତ ସରକାରୀ ଅଫିସ, ପେଟ୍ରୋଲ ପମ୍ପ, ଏଟିଏମ୍, ବିଦ୍ୟୁତ୍‌ ସେବା, ଟେଲିକମ୍ ସେବା ସହ ଅନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦ ରହିବ ନାହିଁ ।  ଶଟ୍‌ଡାଉନ୍‌ ସମୟରେ ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି।  ୩୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

The post ଆସନ୍ତାକାଲିଠୁ ଏହି ଜିଲ୍ଲା ୪୧ ଘଣ୍ଟା ଶଟ୍‌ଡାଉନ୍ appeared first on Odisha Reporter.



from Odisha Reporter https://ift.tt/2PT6YHE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages