ଆଇପିଏଲ୍ ଖେଳିବେନି ରାଇନା, ଭାରତ ଫେରି ଆସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ଆଇପିଏଲ୍ ଖେଳିବେନି ରାଇନା, ଭାରତ ଫେରି ଆସିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ୍-୨୦୨୦ ଖେଳିବେ ନାହିଁ ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହୋଇଥିବା ସୁରେଶ ରାଇନା। ସେ ବ୍ୟକ୍ତିଗତ କାରଣରୁ ଚଳିତ ବର୍ଷ ଆଇପିଏଲ୍‌ର କୌଣସି ମ୍ୟାଚ୍ ଖେଳିବେ ନାହିଁ। ସେ ଭାରତ ଫେରି ଆସିଛନ୍ତି।

ଆଜି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏହାର ସିଇଓ କେ.ଭି ବିଶ୍ୱନାଥନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏହି ସମୟରେ ସୁରେଶ ଓ ତାଙ୍କ ପରିବାରକୁ ସଂପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଟ୍ୱିଟ୍‌ରେ କୁହାଯାଇଛି।


ରାଇନା ଥିଲେ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଗୁରୁତ୍ୱପୁର୍ଣ୍ଣ ଖେଳାଳି। ଟିମ୍ ନିଶ୍ଚୟ ତାଙ୍କ ଅନୁପସ୍ଥିତି ଅନୁଭବ କରିବ। ତେବେ ଆଇପିଏଲ ଖେଳିବାକୁ ୟୁଏଇ ଯାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପୂର୍ବରୁ ଆଉ ଏକ ଝଟକା ଲାଗି ସାରିଛି। ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ସପୋର୍ଟ ଷ୍ଟାଫ୍ ଓ ସୋଶାଲ ମିଡିଆ ସଦସ୍ୟଙ୍କୁ ମିଶାଇ ମୋଟ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେହି ଦ୍ରୁତ ବୋଲର ଜଣଙ୍କ କେହି ଭାରତୀୟ ନା ବିଦେଶୀ ଖେଳାଳି, ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଚଳିତ ମାସ ୧୫ ତାରିଖରେ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ତେବେ ସେ ଆଇପିଏଲ୍ ଖେଳିବେ ବୋଲି କହିଥିଲେ।

 

 

The post ଆଇପିଏଲ୍ ଖେଳିବେନି ରାଇନା, ଭାରତ ଫେରି ଆସିଲେ appeared first on Odisha Reporter.



from Odisha Reporter https://ift.tt/2EsZvwU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages