ମୁମ୍ବାଇ: ଟେଲିଭିଜନ୍ ଅଭିନେତା କରନ୍ ସିଂହ ବୋରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ଗତକାଲି ନିଜ ଜନ୍ମଦିନ ଅବସରରେ କରନ୍ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି।
କରନ୍ ଗତକାଲି ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀ ତେଜାଙ୍କ ସହ ମାଟିରେ ଏକ ଶିଶୁର ପ୍ରତିମୂର୍ତ୍ତି ଗଢ଼ୁଥିବା ଦେଖିବାକୁ ମିଳିଛି।
ଏହି ଫଟୋ ଶେଆର କରି କରନ୍ ଲେଖିଛନ୍ତି- ସନ୍ତାନମାନେ ଆମ ମାଧ୍ୟମରେ ସଂସାରକୁ ଆସିଥା’ନ୍ତି। କିନ୍ତୁ ସେମାନେ କେତେବେଳେ ଆସିବେ ସେ ନିଷ୍ପତ୍ତି ଭଗବାନଙ୍କର ହୋଇଥାଏ। ସେ ହେଉଛନ୍ତି ସର୍ବୋଚ୍ଚ ସୃଷ୍ଟିକର୍ତ୍ତା। ସେ ଆମ ଜୀବନର ପ୍ରତି ଛୋଟବଡ଼ ଜିନିଷକୁ ଗଢ଼ିଥା’ନ୍ତି। ଆମେ ସମସ୍ତେ ପାତ୍ର, ତାଙ୍କ ଆଶୀର୍ବାଦକୁ ଗ୍ରହଣ କରିବାକୁ ଅପେକ୍ଷା କରି ରହୁ। ସେ ଆମକୁ ଆଉ ଥରେ ପିତାମାତା ହେବାକୁ ବାଛିଛନ୍ତି। ଏହା ସବୁଠୁ ଭଲ ଜନ୍ମଦିନ ଉପହାର।’
ସେପଟେ କରନ୍ଙ୍କ ପତ୍ନୀ ତେଜା ମଧ୍ୟ ଏକ ପୋଷ୍ଟ କରି ଏହି ଖୁସି ଖବର ଦେଇଛନ୍ତି। ଇନ୍ଷ୍ଟାରେ କରନ୍ଙ୍କ ସହ ଏକ ଫଟୋ ଶେଆର କରି ସେ ଲେଖିଛନ୍ତି, ‘ମୋତେ ପୁଣିଥରେ ମାଆ ହେବାର ସୁଯୋଗ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ। ଆମକୁ ଆଶୀର୍ବାଦ ଦିଅନ୍ତୁ। …ଆଉ ଜଣେ ସନ୍ତାନର ଜନ୍ମ ଅପେକ୍ଷାରେ।’
କରନ୍ ଏବଂ ତେଜାଙ୍କର ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ନାନା କମେଣ୍ଟ କରିଛନ୍ତି। ଅନେକ ଲୋକ ଭଗବାନ୍ଙ୍କର ଆଶୀର୍ବାଦ ସବୁବେଳେ ଦୁହିଁଙ୍କ ଉପରେ ଥାଉ ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ, କରନ୍ ଓ ତେଜାଙ୍କର ଦୁଇଟି ଝିଅ ଅଛନ୍ତି। ସେମାନେ ଯାଆଁଳା।
The post ତୃତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି କରନ୍ appeared first on Odisha Reporter.
from Odisha Reporter https://ift.tt/31BRcHC
No comments:
Post a Comment