ଧୋନିଙ୍କ ଅବସର ଉପରେ ପ୍ରତିକ୍ରିୟା ରଖିଲେ ଯୁବରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

ଧୋନିଙ୍କ ଅବସର ଉପରେ ପ୍ରତିକ୍ରିୟା ରଖିଲେ ଯୁବରାଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଦେଶର ୭୪ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନି। ଏହା ସହିତ ଗୋଟିଏ ଯୁଗର ଅବସାନ ଘଟିଛି। ପୂର୍ବରୁ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିସାରିଥିବା ସମସ୍ତଙ୍କ ପ୍ରିୟ ମାହି ଶନିବାର ଦିନିକିଆ ଓ ଟି-୨୦ କ୍ରିକେଟ୍‌କୁ ମଧ୍ୟ ବାଏବାଏ କରି ଦେଇଥିଲେ। ତାଙ୍କ ଅବସର ପ୍ରସଙ୍ଗ ନେଇ ପୂର୍ବରୁ ବହୁ ଆଲୋଚନା ହୋଇଥିଲେ ମଧ୍ୟ ଚୁପ୍ ରହିଥିବା ମହେନ୍ଦ୍ର ସିଂହ ଧୋନି ଶନିବାର ହଠାତ୍ ଅବସର ଘୋଷଣା କରିବା ଫଳରେ ଅନେକ କ୍ରିକେଟ୍ ପ୍ରେମୀ ଏହାକୁ ବିଶ୍ୱାସ କରିପାରି ନଥିଲେ। ତାଙ୍କ ଅବସର ଘୋଷଣା ପରେ କ୍ରିକେଟ୍ ସହିତ ବିଭିନ୍ନ କ୍ଷେତ୍ରରୁ ବହୁ ବଡ଼ ବଡ଼ ଲୋକଙ୍କ ସହିତ କ୍ରିକେଟ୍‌ ପ୍ରେମୀମାନେ ସୋଶାଲ୍ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ରଖିଥିଲେ। ସମସ୍ତେ ଧୋନିଙ୍କ ଅବଦାନକୁ ମନେ ପକାଇଥିବା ବେଳେ ଗତକାଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ସଦସ୍ୟ ଯୁବରାଜ ସିଂହ ମଧ୍ୟ ଟ୍ୱିଟ୍ କରି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ଯୁବରାଜ ସିଂହ ଲେଖିଛନ୍ତି- ମହେନ୍ଦ୍ର ସିଂହ ଧୋନି, ଏକ ବଢ଼ିଆ କ୍ୟାରିୟର ପାଇଁ ଅଭିନନ୍ଦନ। ଆମେ ଦୁହେଁ ଆମ ଦେଶ ପାଇଁ ୨୦୦୭ ଓ ୨୦୧୧ରେ ବିଶ୍ୱକପ୍ ଟ୍ରଫି ଉଠାଇବାର ଆନନ୍ଦ ପାଇଛନ୍ତି। ପଡ଼ିଆରେ ଆମ ଦୁହିଁଙ୍କର ଅନେକ ପାର୍ଟରଶିପ୍‌ରୁ ବି ଆନନ୍ଦ ପାଇଛେ। ଭବିଷ୍ୟତ ପାଇଁ ତୁମକୁ ଶୁଭେଚ୍ଛା।

ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ସେ ବି ଆଇପିଏଲ୍ ଖେଳିବେ।


ସୁରେଶ ରାଇନାଙ୍କ ଅବସର ଘୋଷଣା ଉପରେ ବି ଯୁବରାଜ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି- ତୁମ ପାଖରେ ଆଉ ଟିକେ ଖେଳ ବାକି ଥିଲା! କିନ୍ତୁ ସେ ଯାହାହେଉ ତୁମେ ଭାରତ ପାଇଁ ଅନେକ ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛ।

ଏହାସହିତ ଯୁବରାଜ ସିଂହ ଏହି ଟ୍ୱିଟ୍‌ରେ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍‌ରେ ସୁରେଶ ରାଇନାଙ୍କ ସହିତ ତାଙ୍କର ପାର୍ଟନରଶିପ୍ କଥା ମନେ ପକାଇଛନ୍ତି ଏବଂ ତାଙ୍କୁ ଆଇପିଏଲ୍ ପାଇଁ ଶୁଭେଚ୍ଛା ଦେଇଛନ୍ତି।


ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନି ଭାରତ ପକ୍ଷରୁ ୩୫୦ଟି ଦିନିକିଆ ମ୍ୟାଚ୍ ଖେଳି ୫୦.୫୭ ହାରରେ ୧୦,୭୭୩ ରନ୍ କରିଛନ୍ତି, ଯେଉଁଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ରହିଛି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ଅପରାଜିତ ୧୮୩ ରନ୍ । ଦିନିକିଆରେ ଧୋନିଙ୍କ ନାଁରେ ଗୋଟିଏ ୱିକେଟ୍ ମଧ୍ୟ ରହିଛି।

ଧୋନି ଭାରତ ପକ୍ଷରୁ ୯୦ଟି ଟେଷ୍ଟ ମ୍ୟାଚରେ ୩୮.୦୯ ହାରରେ ୪୮୭୬ ରନ୍ କରିଛନ୍ତି, ଯେଉଁଥିରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ୍ ଅଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୨୨୪ ରନ୍ ରହିଛି।

ମାହି ୯୮ ଟି-୨୦ ମ୍ୟାଚରେ ୩୭.୬୦ ହାରରେ ୧୬୧୭ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ୍ ଅଛି। ଟି-୨୦ରେ ଧୋନିଙ୍କ ସର୍ବୋଚ୍ଚ ସ୍କୋର ୫୬ ରନ୍ ରହିଛି।

ସେହିପରି ସୁରେଶ ରାଇନା ୨୨୬ଟି ଦିନିକିଆରୁ ୫,୬୧୫ ରନ୍ କରିଛନ୍ତି। ଏଥିରେ ୫ ଶତକ ଓ ୩୬ ଅର୍ଦ୍ଧଶତକ ରହିଛି। ସେ ୩୬ଟି ୱିକେଟ୍ ମଧ୍ୟ ନେଇଛନ୍ତି।

ରାଇନା ୧୮ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୭୬୮ ରନ୍ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧ ଶତକ ରହିଛି। ସେ ଏହି ଫର୍ମାଟ୍‌ରେ ୧୩ଟି ୱିକେଟ୍ ମଧ୍ୟ ନେଇଛନ୍ତି।

୭୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳି ରାଇନା ୧୬୦୫ ରନ୍ କରିଥିବା ବେଳେ ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି। ସେହିଭଳି ୧୩ଟି ୱିକେଟ୍ ମଧ୍ୟ ନେଇଛନ୍ତି।

The post ଧୋନିଙ୍କ ଅବସର ଉପରେ ପ୍ରତିକ୍ରିୟା ରଖିଲେ ଯୁବରାଜ appeared first on Odisha Reporter.



from Odisha Reporter https://ift.tt/3kN59KB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages