ଇତିଶ୍ରୀ ମୃତ୍ୟୁ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

ଇତିଶ୍ରୀ ମୃତ୍ୟୁ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ (ଓଡ଼ିଶା ରିପୋର୍ଟର): ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ନେତ୍ରାନନ୍ଦଙ୍କ ମୃତ୍ୟୁ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କୋରାପୁଟ ଜେଲରେ ସଜା କାଟୁଥିବା ବେଳେ ଗତକାଲି ନେତ୍ରାନନ୍ଦଙ୍କ ଦେହ ଖରାପ ହୋଇଥିଲା। ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

୨୦୧୬ ମସିହାରେ ରାୟଗଡ଼ା ଜେଲରୁ କୋରାପୁଟ ଜେଲକୁ ସ୍ଥାନାନ୍ତର ହୋଇଥିଲେ ନେତ୍ରାନନ୍ଦ।

୨୦୧୩ ମସିହା ଅକ୍ଟୋବର ୨୭ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ସ୍କୁଲରେ ଠିକା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିରୋସିନି ଢାଳି ପୋଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି, ରାୟଗଡ଼ା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ୨୦୧୩ ନଭେମ୍ୱର ୧ ତାରିଖରେ ଇତିଶ୍ରୀଙ୍କର ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଇତିଶ୍ରୀ ସେହି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଏକ ଜନସ୍ୱାର୍ଥ ମାମଲା ଆଧାରରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ ଏପ୍ରିଲ୍‌ରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

The post ଇତିଶ୍ରୀ ମୃତ୍ୟୁ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/2Y7t3q9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages