ରାଜ୍ୟରେ ଚିହ୍ନଟ ହେଲେ ୩୬୮୨ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଟପିଲା ୭୦୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ରାଜ୍ୟରେ ଚିହ୍ନଟ ହେଲେ ୩୬୮୨ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଟପିଲା ୭୦୦

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୨୨୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୪୪୧ ଟି ହେଉଛି ଲୋକାଲ୍ କେସ୍‌।

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଏବେ କରୋନାର ହଟସ୍ପଟ ପାଲଟିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ବଢ଼ିବାକୁ ଲାଗିଥିବା ବେଳେ କମିବା ନାଁ ଧରୁ ନାହିଁ। ଖୋର୍ଦ୍ଧାରୁ ନୂଆ  ୭୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ଏହାପରେ ରାୟଗଡ଼ା ଜିଲ୍ଲାରୁ ୪୯୫, କଟକ ଜିଲ୍ଲାରୁ ୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  କୋରାପୁଟରୁ ୧୪୦, ସମ୍ବଲପୁରରୁ ୧୨୮, ନୟାଗଡ଼ ଜିଲ୍ଲାରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୨୮,୮୩୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

The post ରାଜ୍ୟରେ ଚିହ୍ନଟ ହେଲେ ୩୬୮୨ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଟପିଲା ୭୦୦ appeared first on Odisha Reporter.



from Odisha Reporter https://ift.tt/2ErIpzs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages