ଲଗାଣ ବର୍ଷାରେ ସ୍ଥିତି ବେହାଲ; ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ଲଗାଣ ବର୍ଷାରେ ସ୍ଥିତି ବେହାଲ; ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି

ଭଦ୍ରକ/ଯାଜପୁର/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ହେତୁ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ଲାଗି ରହିଛି । ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ବନ୍ୟା ଜଳରେ ଯାଜପୁରରେ ୩ଟି ଘାଇ ସୃଷ୍ଟି ହୋଇଛି । ମାଟିଆଗଡ଼ା, ଅରୁଆଳ ଓ ରୁଦ୍ରପୁରରେ ଘାଇ ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

 

 

ସେପଟେ ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଯାଜପୁରରେ ପ୍ରବାହିତ ହେଉଥିବାରୁ ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ରସୁଲପୁର, ବିଞ୍ଝାରପୁର, ଯାଜପୁର, ଦଶରଥପୁର, ବଡଚଣା, ଧର୍ମଶାଳା, ବରୀ ଓ କୋରେଇ ବ୍ଳକ କ୍ଷତିଗ୍ରସ୍ତ ହୋଇଛି ।

ଜଳକା ନଦୀ ବିପଦ ସଂକେତ ଉପରେ ଥିଲେ ବି ଜଳସ୍ତର ଖସୁଛି । ସେହିଭଳି ରାଜଘାଟ ନିକଟରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀ ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଏବେ ୧୦.୯୪ ମିଟର ଉପରେ ପ୍ରବାହିତ ହେଉଛି । ୫ ନମ୍ବର ଏନ୍ଏଚ୍‌ରେ ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ତଳକୁ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଏବେ ୮ ମିଟର ଉପରେ ପ୍ରବାହିତ ହେଉଛି ।

 

 ବୈତରଣୀର ଜଳସ୍ତର କମୁଥିଲେ ମଧ୍ୟ ଆଖୁଆପଦାରେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଆଖୁଆପଦାରେ  ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ବୈତରଣୀର ଜଳସ୍ତର ରହିଛି ୧୯. ୭୨।  ଏବେବି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକର ଅନେକ ଅଞ୍ଚଳ ଜଳବନ୍ଦୀ ରହିଛି । ଏହି ଦୁଇ ବ୍ଲକର ବହୁ ପଞ୍ଚାୟତ ପାଣିଘେରରେ ରହିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ରହଣିଆ ପଞ୍ଚାୟତର ସବୁ ଗାଁ ପାଣିଘେରରେ ରହିଥିବାରୁ ଲୋକେ ୩ ଦିନ ଧରି ବାହାରକୁ ବାହାରି ପାରୁନାହାନ୍ତି । 

 

The post ଲଗାଣ ବର୍ଷାରେ ସ୍ଥିତି ବେହାଲ; ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି appeared first on Odisha Reporter.



from Odisha Reporter https://ift.tt/2D6KjVj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages