କରୋନା ସନ୍ଦେହ; ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 5, 2020

କରୋନା ସନ୍ଦେହ; ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପରିବାର ଲୋକେ

କୋଣାର୍କ(ସଞ୍ଜୟ ପତି): କରୋନା ସନ୍ଦେହରେ ହଜିଯାଉଛି ମାନବିକତା। ଦୂରେଇ ଯାଉଛି ପାଖ ମଣିଷ। ଏପରିକି ଶେଷ ସମୟରେ ୪ କାନ୍ଧ ମିଳୁନି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରିଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ମାଙ୍କରଗୋରଡ଼ି ଗ୍ରାମରେ । ମୃତ ଯୁବକଙ୍କୁ ମିଳିଲାନି ଜ୍ଞାତି କୁଟୁମ୍ବ ତଥା ଗାଁ ଲୋକଙ୍କ କାନ୍ଧ । ଶେଷରେ ପରିବାର ଲୋକେ ପିପିଇ କିଟ ପିନ୍ଧି ଟ୍ରଲିରେ ଶବ ବୋହି ସତ୍କାର କରିଛନ୍ତି ।

ମାଙ୍କରଗୋରଡ଼ି ଗାଁର ସନାତନ ରାଉତଙ୍କ ଏକ ମାତ୍ର ପୁଅ ସାଧୁଆ କିଛିଦିନ ହେଲା ଜ୍ୱରରେ ପୀଡିତ ହୋଇଥିଲେ । ଗତ ୩ ତାରିଖରେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ । ଡାକ୍ତର ତାଙ୍କୁ ଟାଇଫଏଡ଼ ଚିକିତ୍ସା କରିବା ସହ କୋଭିଡ ପରୀକ୍ଷା ପାଇଁ ପୁରୀ ରେଫର କରିଥିଲେ । ୪ ତାରିଖରେ ପୁରୀ ମେଡିକାଲ  ଓପିଡି ବନ୍ଦ ଥିବାରୁ  ତାଙ୍କୁ ଫେରାଇ ଦିଆଯାଇଥିଲା । ଏହାପରେ ୫ ତାରିଖ ସକାଳେ ସେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସାଧୁଆଙ୍କ ମୃତ୍ୟୁ ପରେ କିନ୍ତୁ ତାଙ୍କ ଶବ ଉଠାଇବା ପାଇଁ କୁଟୁମ୍ବ କିମ୍ବା ଗାଁ ଲୋକେ କରୋନା ଭୟରେ କେହି ଆସି ନଥିଲେ । କୋଣାର୍କ ଏନଏସି କର୍ତ୍ତୃପକ୍ଷ ପିପିଇ କିଟ ଯୋଗାଇବା ପରେ ସାଧୁଆଙ୍କ ଭିଣୋଇ,ପିଇସା,ମଉସା ଓ ଜଣେ ସମ୍ପର୍କୀୟ ଭାଇ ଗାଁ ମଶାଣିରେ ଶବ ସତ୍କାର କରିଥିଲେ ।

The post କରୋନା ସନ୍ଦେହ; ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପରିବାର ଲୋକେ appeared first on Odisha Reporter.



from Odisha Reporter https://ift.tt/3gxbAPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages