ଚାନ୍ଦବାଲି (ବାସୁଦେବ ଦାସ): ଜମିଜମା ବିବାଦକୁ କେନ୍ଦ୍ର କରି ରାସ୍ତା ମଝିରେ ନିଜ ମାମୁଙ୍କୁ ବିଧା, ଗୋଇଠା ମାରିଲା ଭଣଜା। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବରେହିଁପୁରରେ। ଗୁରୁତର ମାମୁ ଟୁଟୁ ସାହୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଟୁଟୁ ଓ ଭଣଜା ନିର୍ମଳ ସାହୁଙ୍କ ମଧ୍ୟରେ ହାଟପଟିରେ ଥିବା ଜାଗାକୁ ନେଇ ୧୫ ଦିନ ହେବ ବିବାଦ ଲାଗି ରହିଥିଲା। ହେଲେ ଗତକାଲି ସକାଳେ ଟୁଟୁ ମନ୍ଦିର ଯାଉଥିବା ବେଳେ ନିର୍ମଳ ଓ ତାଙ୍କ ସମର୍ଥକମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ବିଧା ଗୋଇଠା ମାରିଥିଲେ। ଟୁଟୁଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏନେଇ ଟୁଟୁଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୁଲିସ୍ ସେମାନଙ୍କୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।
The post ଭଣଜା ଆକ୍ରମଣରେ ମାମୁ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3fyn6IL
No comments:
Post a Comment