ସୁଶାନ୍ତଙ୍କ ମୃତ୍ୟୁ ମାମଲା: ସୁପ୍ରିମ୍‌କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ’ଣ କହିଲେ ଅଙ୍କିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ସୁପ୍ରିମ୍‌କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ’ଣ କହିଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ହେବ। ଆଜି ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି। ଆଉ ସର୍ବୋଚ୍ଚ ନ୍ୟାୟାଳଙ୍କ ଏହି ରାୟ ଆସିବା ପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ଫ୍ୟାନ୍‌ମାନେ ଖୁସି ପ୍ରକାଶ କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଖୁସି ହୋଇଛନ୍ତି।

ଅଙ୍କିତା ଟ୍ୱିଟ୍ କରି ଲେଖିଛନ୍ତି ଯେ ସତ୍ୟର ବିଜୟ ହୋଇଛି। ଏହା ସହିତ ନ୍ୟାୟ ଆଡ଼କୁ ପ୍ରଥମ ପାଦର ହ୍ୟାସ୍‌ଟ୍ୟାଗ୍ (#1ststeptossrjustice) ବ୍ୟବହାର କରିଛନ୍ତି।


ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଅଙ୍କିତା ତାଙ୍କ ପରିବାର ସହିତ ଛିଡ଼ା ହୋଇଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା କଥାକୁ ସେ ମଧ୍ୟ ସ୍ୱୀକାର କରିପାରି ନାହାନ୍ତି।

ଅଙ୍କିତାଙ୍କ ଭଳି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ମଧ୍ୟ ଟ୍ୱିଟ୍ କରି ଖୁସି ପ୍ରକଟ କରିଛନ୍ତି ଓ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ଆଡ଼କୁ ଏହା ପ୍ରଥମ ପାଦ ବୋଲି ସେ ଲେଖିଛନ୍ତି।

ଶ୍ୱେତାଙ୍କ ଟ୍ୱିଟ୍‌ ଉପରେ ବି ଅଙ୍କିତା ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି- ଦିଦି ଆମେ ନ୍ୟାୟ ପାଇବା ବାଟରେ ଅଛନ୍ତି।


ବହୁତ ଦିନରୁ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ହୋଇଥିଲା। ସୁଶାନ୍ତଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ଫ୍ୟାନ୍ ତଥା ଅନେକ ବଲିଉଡ୍ ଷ୍ଟାର ଓ ରାଜନେତା ବି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ବିହାର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ମହାରାଷ୍ଟ୍ର ସରକାର ଅନୁମତି ଦେଇ ନଥିଲେ। ଅଙ୍କିତା ମଧ୍ୟ ସିବିଆଇ ତଦନ୍ତ ଦାବିର ସମର୍ଥନ କରିଥିଲେ।

 

View this post on Instagram

 

#justiceforsushantsinghrajput. #CBIforSSR

A post shared by Ankita Lokhande (@lokhandeankita) on

The post ସୁଶାନ୍ତଙ୍କ ମୃତ୍ୟୁ ମାମଲା: ସୁପ୍ରିମ୍‌କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ’ଣ କହିଲେ ଅଙ୍କିତା appeared first on Odisha Reporter.



from Odisha Reporter https://ift.tt/3j6vYb1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages