ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ପରି ମହାମାରୀ ବିରୋଧରେ ଚାଲୁଥିବା ଲଢ଼େଇରେ ଡାକ୍ତର, ପୁଲିସ୍ କର୍ମଚାରୀଙ୍କ ସହ ଶିକ୍ଷକମାନେ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି। ଅନବରତ ଭାବେ ପ୍ରାୟ ୬ ମାସ ହେବ ଏହି ଲଢ଼େଇ ଲଢ଼ୁ ଲଢ଼ୁ କରୋନାରେ ଆକ୍ରାନ୍ତ ହୋଇ ୧୩ ଶିକ୍ଷକ ଆଖି ବୁଜି ସାରିଲେଣି।
ସମଗ୍ର ରାଜ୍ୟରେ ଶିକ୍ଷା ବିଭାଗର ୬୨ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି। ସେମାନଙ୍କ ମଧ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୧୩ ଶିକ୍ଷକ ଆଖି ବୁଜି ସାରିଲେଣି। ଏହି ମୃତ ୧୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ । ଶିକ୍ଷା ବିଭାଗ ଅଧିକାରୀ ମୃତ ୧୨ ଶିକ୍ଷକଙ୍କ ଘରେ ପହଞ୍ଚି ଏ ସମ୍ପର୍କୀତ ଚିଠି ଦେବା ସହ ସବିଶେଷ ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରେସମିଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଅପରପକ୍ଷେ ନୟାଗଡ଼ ଜିଲ୍ଲାର ଯୁବ ଶିକ୍ଷକ ସୀମାଞ୍ଚଳ ଶତପଥୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ। ପୁଅକୁ ହରାଇବାର ଦୁଃଖ ସହି ନ ପରି ତାଙ୍କ ବାପାମା’ ମଧ୍ୟ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କ ପରିବାର ପାଇଁ କଣ କରାଯାଇପାରିବ ତାହାର ବିକଳ୍ପ ରାଜ୍ୟ ସରକାର ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ।
The post କରୋନା ଯୋଦ୍ଧା ସାଜି ଆଖି ବୁଜିଥିବା ୧୨ ଶିକ୍ଷକଙ୍କ ପରିବାରକୁ ମିଳିବ ସହାୟତା appeared first on Odisha Reporter.
from Odisha Reporter https://ift.tt/3ghwJw4
No comments:
Post a Comment