ନୂଆଦିଲ୍ଲୀ: ବାହା ହେବେ ଭାରତୀୟ ଅଲ୍-ରାଉଣ୍ଡର ବିଜୟ ଶଙ୍କର। ଏଥିପାଇଁ ଗତକାଲି ସଂପନ୍ନ ହୋଇଛି ତାଙ୍କ ନିର୍ବନ୍ଧ। ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ସେ ଏ ବିଷୟରେ ଦେଇଛନ୍ତି ସୂଚନା।
ବିଜୟ ଶଙ୍କର ଇନ୍ଷ୍ଟାଗ୍ରାମ୍ରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ଏହି ଦୁଇଟି ଫଟୋରେ ସେ ଓ ତାଙ୍କ ଭାବିପତ୍ନୀ ବୈଶାଳୀ ବିଶ୍ୱେସ୍ୱର୍ଣ୍ଣ ଅଛନ୍ତି। ଫଟୋ ଦୁଇଟି ପୋଷ୍ଟ କରି ବିଜୟ ରିଙ୍ଗ୍ (ମୁଦି)ର ଇମୋଜି ଦେଇଛନ୍ତି। ତେବେ କେବେ ବାହାଘର ହେବ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି।
ବିଜୟଙ୍କ ସୋଶାଲ୍ ମିଡିଆ ପୋଷ୍ଟ ଦେଖିବା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି। ଭାରତୀୟ କ୍ରିକେଟ୍ ଟିମ୍ର ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କେ.ଏଲ୍ ରାହୁଲ, ୟୁଜଭେନ୍ଦର ଚହଲ ଓ ଶ୍ରେୟସ ଆୟର। କରୁଣ ନାୟର, ଅଭିନବ ମୁକୁନ୍ଦ ଓ ଜୟନ୍ଦ ଯାଦବ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତାମିଲନାଡୁର ବିଜୟ ଶଙ୍କର ୨୦୧୯ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ। ସେ ୨୦୧୮ରେ ଭାରତ ପାଇଁ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ। ସେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ। ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣରେ ଦିନିକିଆ ଡେବ୍ୟୁ କରିଥିଲେ।
ବିଜୟ ଏଯାବତ୍ ଭାରତ ପାଇଁ ୧୨ଟି ଦିନିଆ ଓ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ର ୧୩ତମ ସଂସ୍କରଣରେ ବିଜୟ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଚଳିତ ମାସ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭରେ ଭାରତୀୟ ଲେଗ୍ ସ୍ପିନର ୟୁଜଭେନ୍ଦର ଚହଲଙ୍କ ନିର୍ବନ୍ଧ ହୋଇଥିଲା।
The post ବାହା ହେବେ ଅଲ୍-ରାଉଣ୍ଡର ବିଜୟ ଶଙ୍କର, ସରିଲା ନିର୍ବନ୍ଧ appeared first on Odisha Reporter.
from Odisha Reporter https://ift.tt/3gf0s8H
No comments:
Post a Comment