ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ରାସ୍ତାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ଟ୍ରକ୍ ସହ ଧକ୍କା ହେବାରୁ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସେରଗଡ଼ ଗାଁର କାଳିଆ ଗୌଡ଼ ଓ ବଡ଼ଗଡ଼ ଅଞ୍ଚଳର ପ୍ରସନ୍ନ ଗୌଡ଼ ।
କାଳିଆ ଓ ପ୍ରସନ୍ନ ଏକ ବାଇକ୍ରେ ସୁରଲରୁ ଚିକିଟି ଅଭିମୁଖେ ଯାଉଥିଲେ। ମାତ୍ର ପିତାତଳି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଲି ବୋଝେଇ ଟ୍ରକ ସହ ସେମାନଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
The post ବାଲି ବୋଝେଇ ଟ୍ରକ ସହ ବାଇକ୍ ମୁହାଁମୁହିଁ appeared first on Odisha Reporter.
from Odisha Reporter https://ift.tt/34hkE7C
No comments:
Post a Comment