ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସ ଯେଉଁ ଅନୁପାତରେ ବୃଦ୍ଧି ପାଉଛି ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ତଦନୁଯାୟୀ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ଆରୋଗ୍ୟଙ୍କ ସଂଖ୍ୟା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ୪୪ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିବାରୁ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨ ଲକ୍ଷ ପାର କରିଯାଇଛି।
ସେହିପରି ୨୪ ଘଣ୍ଟାରେ ୫୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମୃତ୍ୟୁସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ିବାରେ ଲାଗିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୨,୦୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୫,୪୭୫ରେ ପହଞ୍ଚି ଯାଇଛି। କ୍ରମାଗତ ୬ଷ୍ଠ ଦିନ ପାଇଁ ଦେଶରେ ୫୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଆଉ ୮୦୩ ଜଣଙ୍କ ମୁଣ୍ଡ ନେବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୮,୯୩୮ ଛୁଇଁଛି।
ତେବେ ଆରୋଗ୍ୟ ହାର ମଧ୍ୟ ଦେଶରେ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୬୫.୭୬% ହୋଇଯାଇଛି। ଗତ ୨୪ ଘଣ୍ଟାରେ ୪୪,୩୦୬ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଏଯାଏ ୧୨,୩୦,୫୦୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ଅନ୍ୟପକ୍ଷରେ ଦେଶରେ କରୋନା ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୬,୬୧,୭୧୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେହିପରି ଏଯାଏ ମୋଟ ୨,୦୮,୬୪,୨୦୬ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।
The post ଆରୋଗ୍ୟରେ ସବୁ ରେକର୍ଡ ଭାଙ୍ଗିଲା ଭାରତ: ଦିନକରେ ୪୪,୩୦୬ ସୁସ୍ଥ, ୫୨,୦୫୦ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3fvKZ3z
No comments:
Post a Comment