ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ସଦର ବ୍ଲକ ବୁଆଣ ପଞ୍ଚାୟତ ପାରିକୂଳ ଗାଁର ଦୁଇ ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ତପନ ପାତ୍ର। ଗୁରୁତର ଯୁବକଙ୍କ ନାଁ ପ୍ରିୟବ୍ରତ ମହାପାତ୍ର।
ସୂଚନାଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ପ୍ରିୟବ୍ରତ ଓ ତପନ ଏକ ସ୍କୁଟିରେ ବେରେଲରେ ଡିଜେଲ ନେଇ ଗାଁକୁ ଯାଉଥିଲେ। ଏହି ସମୟରେ ଛତ୍ରପୁର ବେଲବାରିଆଠାରେ ଗୋଟିଏ ଗୋଷ୍ଠୀର ୧୫ରୁ ଅଧିକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତପନ ଓ ପ୍ରିୟବ୍ରତଙ୍କ ସ୍କୁଟିକୁ ଅଟକାଇଥିଲେ। ଏହାପରେ ଉଭୟଙ୍କୁ ଗୋଡାଇ ଗୋଡାଇ କଟୁରୀ, ଖଣ୍ତା ଓ ଭୁଜାଲିରେ ଆକ୍ରମଣ କରିଥିଲେ।
ଆକ୍ରମଣକାରୀମାନେ ତପନଙ୍କର ଗୋଟିଏ ହାତକୁ ସଂପୂର୍ଣ୍ଣ ହାଣି ଦେଇଥିବା ବେଳେ ଅନ୍ୟ ହାତ, ମୁଣ୍ଡ ଗୋଡକୁ ହାଣି ଦେଇଛନ୍ତି। ତପନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ପରେ କଟକ ନେବା ବାଟରେ ତାଙ୍କର ମୁତ୍ୟୁ ଘଟିଥିଲା। ପ୍ରିୟବ୍ରତଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ସଦର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.
from Odisha Reporter https://ift.tt/3kjR7zQ
No comments:
Post a Comment