ମୁମ୍ୱାଇ: ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ -୨’ର ପୋଷ୍ଟର ରିଲିଜ୍ ହେବା ସମୟରେ ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡ଼ିଥିଲା। ୧୨ ଅଗଷ୍ଟରେ ଫିଲ୍ମର ଟ୍ରେଲର ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ୟୁଟ୍ୟୁବ୍ରେ ଏହି ଟ୍ରେଲରଟି ଟ୍ରେଣ୍ଡ କରୁଥିଲେ ମଧ୍ୟ ବଡ଼ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ରେଲରକୁ ୫ ମିଲିୟନ୍ ଅର୍ଥାତ୍ ୫୦ ଲକ୍ଷରୁ ଅଧିକ ଲୋକ ଡିସ୍ଲାଇକ୍ କରିସାରିଛନ୍ତି। ଆଉ ଏହା ଏବେ ବଲିଉଡ୍ରେ ଚର୍ଚ୍ଚାର ବିଷୟ ପାଲଟିଛି।
ଫିଲ୍ମରେ ଆଲିଆ ଭଟ୍ଟ, ତାଙ୍କ ବଡ଼ ଭଉଣୀ ପୂଜା ଭଟ୍ଟ, ସଞ୍ଜୟ ଦତ୍ତ ଓ ଆଦିତ୍ୟ ରୟ କପୁର ଅଭିନୟ କରିଛନ୍ତି। ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଥିବା ତାଙ୍କ ଫ୍ୟାନ୍ମାନେ ମହେଶ ଭଟ୍ଟ ନେପୋଟିଜମ୍କୁ ସପୋର୍ଟ କରୁଥିବା ଅଭିଯୋଗ କରି ଟ୍ରେଲରକୁ ଡିସ୍ଲାଇକ୍ କରିବାକୁ ପସନ୍ଦ କରିଛନ୍ତି।
ଟ୍ୱିଟରରେ ଫିଲ୍ମର ଟ୍ରେଲରକୁ ଡିସ୍ଲାଇକ୍ କରିବା ପାଇଁ କ୍ୟାମ୍ପେନ୍ ଚାଲିଛି। ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ତାଙ୍କ ଫ୍ୟାନ୍ମାନେ ଏହି କ୍ୟାମ୍ପେନ୍ ଚଲାଇଛନ୍ତି ବୋଲି କୁହାଯାଉଛି। ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବରେ ୧୬ ମିଲିୟନ୍କୁ ଅଧିକ ଲୋକ ଦେଖିସାରିଛନ୍ତି ସତ କିନ୍ତୁ ୩ ଲକ୍ଷ ଲାଇକ୍ ଓ ୫୦ ଲକ୍ଷରୁ ଅଧିକ ଡିସଲାଇକ୍ ମିଳିସାରିଛି। ତେଣୁ ୟୁଟ୍ୟୁବ୍ରେ ‘ସଡ଼କ-୨’ର ଟ୍ରେଲର ସବୁଠାରୁ ଅଧିକ ଡିସଲାଇକ୍ ହୋଇଥିବା ଭିଡିଓରେ ପରିଣତ ହୋଇଛି।
ସୂଚନାଯୋଗ୍ୟ, ୧୯୯୧ ମସିହାରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ସଡକ୍’ର ଏହା ହେଉଛି ସିକ୍ୱେଲ୍। ଅଗଷ୍ଟ ୨୮ ତାରିଖରେ ଡିସ୍ନେପ୍ଲସ୍ ହଟଷ୍ଟାର୍ରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି।
The post ‘ସଡ଼କ-୨’କୁ ୫୦ ଲକ୍ଷରୁ ଅଧିକ ଡିସ୍ଲାଇକ୍ appeared first on Odisha Reporter.
from Odisha Reporter https://ift.tt/3iC0ysK
No comments:
Post a Comment