ତମନ୍ନାଙ୍କ ମେସେଜ୍‌କୁ କାହିଁକି ଇଗ୍‌ନୋର କରୁଥିଲେ ସବ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ତମନ୍ନାଙ୍କ ମେସେଜ୍‌କୁ କାହିଁକି ଇଗ୍‌ନୋର କରୁଥିଲେ ସବ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ମାଣ ହେଉଛି ଫିଲ୍ମ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରୀ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ତମନ୍ନା ଏବଂ ସବ୍ୟସାଚ୍ଚୀ। ପ୍ରଥମ ଥର ଏହି ଫିଲ୍ମ ମାଧ୍ୟମରେ ତମନ୍ନା ଏବଂ ସବ୍ୟଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ। କିନ୍ତୁ ତମନ୍ନାଙ୍କ ଅଭିଯୋଗ ସବ୍ୟ ତାଙ୍କ ଫୋନ୍‌ ଏବଂ ମେସେଜ୍‌କୁ ଇଗ୍‌ନୋର କରନ୍ତି। ନିକଟରେ ଓଟିଭିରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଅତିଥି ଭାବେ ଯୋଗ ଦେବା ଅବସରରେ ତମନ୍ନା ଏହି ଅଭିଯୋଗ କରିଥିଲେ।

ତମନ୍ନାଙ୍କ କହିବା ଅନୁଯାୟୀ, ଦିନେ ସେ ଫିଲ୍ମର ଏକ ବ୍ୟାନରର ଫଟୋ ସବ୍ୟଙ୍କୁ ହ୍ୱାଟସ୍‌ଆପ୍‌ରେ ପଠାଇଥିଲେ। ବ୍ୟାନରଟି କେମିତି ଲାଗୁଛି ଏବଂ ସେଥିରେ ଆଉ କିଛି ଅଧିକ କାମ କରିହେବ କି ବୋଲି ପଚାରିଥିଲେ। ସବ୍ୟ ଟିକେ ବ୍ୟସ୍ତ ଥିଲେ ଏବଂ ସେ ଫ୍ରି ହୋଇ ଏ ବିଷୟରେ ତାଙ୍କ ସହ କଥା ହେବେ ବୋଲି କହିଥିଲେ। ୟା ଭିତରେ ୭ଦିନ ବିତି ଯାଇଥିଲା। ସପ୍ତାହେ ପରେ ସବ୍ୟ ଏମିତି ହ୍ୱାଟସ୍‌ଆପ୍‌ ମେସେଜ୍‌ ଦେଖୁ ଦେଖୁ ତମନ୍ନାଙ୍କ ମେସେଜ୍‌ ଦେଖିଥିଲେ। ତା’ପରେ ତାଙ୍କର ତମନ୍ନାଙ୍କ ସହ ବ୍ୟାନର ସମ୍ପର୍କିତ କିଛି କଥା ହେବାର ଥିଲା ବୋଲି ମନେ ପଡିଥିଲା।

କେବଳ ଏତିକି ନୁହେଁ। ତମନ୍ନା କହିଥିଲେ, ଏହି ଫିଲ୍ମର ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ‘ଟ୍ରିଂ ଟ୍ରିଂ’ ଶୁଟି ସମୟରେ ମଧ୍ୟ ସବ୍ୟ ଖାଲି ଫୋନ୍‌ରେ ବ୍ୟସ୍ତ ରହୁଥିଲେ।

ସେ କହିଥିଲେ ସବ୍ୟ ଲକ୍‌ଡାଉନ୍‌ରେ ଗରିବ ଲୋକଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପରି ସୁନ୍ଦର କାର୍ଯ୍ୟ କରିଛନ୍ତି। ତେଣୁ ବିଭିନ୍ନ ଆଡୁ ସବ୍ୟଙ୍କୁ ସାହାଯ୍ୟ ପାଇଁ ଫୋନ୍‌ ଆସୁଥିବାରୁ ସେ ପ୍ରାୟ ସମୟ ଫୋନ୍‌ରେ ବ୍ୟସ୍ତ ରହୁଥିଲେ।  ସେ ଏବେ ଫିଲ୍ମ ଶୁଟିଂରେ କମ୍‌ ଏବଂ ଲୋକଙ୍କ କଥା ବେଶି ଚିନ୍ତା କରୁଛନ୍ତି।

ସବ୍ୟଙ୍କ କହିବା ଅନୁଯାୟୀ, କାଳେ ଶୁଟିଂ ପାଇଁ ଲୋକଙ୍କୁ ସାହାଯ୍ୟ କରିବାରେ ଅସୁବିଧା ହେବ, ସେଥିପାଇଁ ସେ ଏହି ଫିଲ୍ମଟି କରିବେ କି ନାହିଁ ସେ ବିଷୟରେ ବହୁତ ଭାବିଥିଲେ। ତେବେ ଶେଷରେ ଫିଲ୍ମଟି କରିବୋ ବୋଲି ନିଷ୍ପତ୍ତି ନେଇଥିଲେ।

 

The post ତମନ୍ନାଙ୍କ ମେସେଜ୍‌କୁ କାହିଁକି ଇଗ୍‌ନୋର କରୁଥିଲେ ସବ୍ୟ appeared first on Odisha Reporter.



from Odisha Reporter https://ift.tt/30PEMLS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages