କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଡୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡ଼ି ପଡ଼ିବାରୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏହାକୁ ନେଇ ଏବେ ଚିନ୍ତାରେ ଚାଷୀ।
ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ ବୋଲି ଚାଷୀ ଚିନ୍ତାରେ ଥିଲା ବେଳେ ଡୁମୁରାଗୁଡ଼ା ଗାଁର ଚାଷୀମାନେ କେନାଲ ପାଣିକୁ ଭରସା କରି ଧାନ ରୋଇ ଥିଲେ। ହେଲେ ଗତକାଲି କେନାଲର ଆଡିବନ୍ଧ ଭୁଶୁଡ଼ି ପଡ଼ିଥିଲା। ସୁନାର ଫସଲ ଫଳାଇ ପରିବାର ଭରଣ ପୋଷଣ କରିବା ସହ ବ୍ୟାଙ୍କ ରୁଣ ସୁଝିବ ବୋଲି ଆଶା ରଖିଥିଲେ ଚାଷୀ। ହେଲେ ଏବେ କେନାଲ ହୁଡା ଭାଙ୍ଗି ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବା ପରେ ଏବେ ଧାନ ଜମି ଦେଖାଯାଉ ନାହିଁ। ଜମି ଉପରେ ୩ ରୁ ୪ ଫୁଟ ପାଣି ଲହଡ଼ି ମାରୁଛି।
The post ଭୁଶୁଡ଼ି ପଡ଼ିଲା କେନାଲ ବନ୍ଧ: ଚାଷ ଜମିରେ ୩ରୁ ୪ ଫୁଟ ପାଣି appeared first on Odisha Reporter.
from Odisha Reporter https://ift.tt/31g02tl
No comments:
Post a Comment