ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ

ନୂଆଦିଲ୍ଲୀ: ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାହଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେମାନଙ୍କୁ ଏବେ ଟ୍ରେସିଂ କରାଯାଉଛି। ତେବେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ସରକାରୀ କାର୍ଯ୍ୟାଳୟରେ ବସିଥିବା କ୍ୟାବିନେଟ ବୈଠକରେ ଶାହ ଯୋଗ ଦେଇଥିଲେ।

ଏହାର ଫଟୋ ସେଦିନ ମୋଦି ଟ୍ୱିଟ କରିଥିଲେ। ଏହି ଫଟୋରେ ଶାହ କ୍ୟାବିନେଟର ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବସିଥିବା ଦେଖିବାକୁ ମିଳୁଛି। ବୈଠକରେ ମୋଦି ଓ ଶାହଙ୍କ ବ୍ୟତୀତ ରାଜନାଥ ସିଂହ, ନୀତୀଶ ଗଡ଼କରୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇଥିଲେ।

ଏବେ ଶାହଙ୍କୁ କରୋନା ଆକ୍ରାନ୍ତ କରିଥିବାରୁ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ପ୍ରତି ମଧ୍ୟ ସଂକ୍ରମଣ ଆଶଙ୍କା ବଢ଼ିଛି। ସେହିପରି ଶାହଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ଡ୍ରାଇଭରଙ୍କ ପ୍ରତି ମଧ୍ୟ ସଂକ୍ରମଣର ଭୟ ସୃଷ୍ଟି ହୋଇଛି।

ମୋଦି କରୁଥିବା ଅଧିକାଂଶ ବୈଠକ ଭିଡିଓ କନଫରେନ୍ସିଂରେ ହେଉଥିବା ବେଳେ ଆଜି ଯାଏ କ୍ୟାବିନେଟ ବୈଠକରେ ଏହାକୁ ପାଳନ କରାଯାଇ ନାହିଁ। ତେଣୁ ଏବେ ଶାହ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ମନ୍ତ୍ରୀଙ୍କ ଟେଷ୍ଟ କରାଯିବ କି ନାହିଁ, ତାହା ଜଣାପଡ଼ିନାହିଁ।

The post ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ appeared first on Odisha Reporter.



from Odisha Reporter https://ift.tt/3i4M2cO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages