ନବରଙ୍ଗପୁର(ନବଘନ ବିଶୋୟୀ); ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ମେସେଞ୍ଜରରେ ମଗାଯାଉଛି ଟଙ୍କା । ନବରଙ୍ଗପୁର ଜିଲ୍ଲାର ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ ଏଭଳି ଏକ ରାକେଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। କେହି ଜଣେ ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟ ହ୍ୟାକ୍ କରି ମେସେଞ୍ଜର୍ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଏ ସମ୍ପର୍କରେ ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ କହିଛନ୍ତି, “ଗତ ଶନିବାର ରାତିରେ ମୋ ଫେସ୍ବୁକ୍ ପେଜ ହ୍ୟାକ୍ କରାଯାଇଥିଲା। ଏହାପରେ ମୋ ସାଙ୍ଗମାନଙ୍କୁ ନିକଟକୁ ମୁଁ ମେଡିକାଲରେ ଚିକିତ୍ସାଧୀନ ଅଛି ଟଙ୍କା ଦରକାର ବୋଲି ମେସେଜ ଯାଇଛି। ଏହାପରେ କାହା ପାଖକୁ ୧୦ ହଜାର ତ କାହା ପାଖକୁ ୨୦ ହଜାର ଟଙ୍କା ଗୁଗୁଲ ପେ, ତଥା ଫୋନ ପେ’ କରିବା ପାଇଁ କୁହାଯାଇଛି। ଏଥିସହ ଉକ୍ତ ମେସେଞ୍ଜରରେ ଆକାଉଣ୍ଟ ନମ୍ବର ଓ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଏ ସମ୍ପର୍କରେ ମୋ ସାଙ୍ଗମାନେ ପଚାରିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହାପରେ ସମସ୍ତ ମେସେଜ ଡିଲିଟ କରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି। ମୋ’ ମାନସମ୍ମାନ ହାନୀ ହୋଇଥିବାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍କୁ ଅନୁରୋଧ କରିଛି।”
ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ଅନୁମାନ କରାଯାଉଛି। । ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ୪ ଜଣ ଏପରି ଠକାମୀର ଶିକାର ହୋଇଛନ୍ତି। ଖାଲି ମେସେଜ କରୁଛି, ହେଲେ ଉକ୍ତ ନମ୍ବରକୁ ଫୋନ କଲେ ଲାଗୁନି ବୋଲି କହିଛନ୍ତି ବାଙ୍କବିହାରୀ। ଏହି ଘଟଣାର ତଦନ୍ତ କରି ରାକେଟର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ପୁଲିସ୍କୁ ଅନୁରୋଧ କରିଥିବା ବାଙ୍କବିହାରୀ କହିଛନ୍ତି।
The post ସାମ୍ବାଦିକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍,ମେସେଞ୍ଜରରେ ମଗାଯାଉଛି ଟଙ୍କା appeared first on Odisha Reporter.
from Odisha Reporter https://ift.tt/3gmjMAX
No comments:
Post a Comment