‘ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

‘ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି’

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଆଉ ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଗତବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀ ଜୀଙ୍କୁ ହରାଇଥିଲୁ। ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି।

ସେ ଆହୁରି ଲେଖିଛନ୍ତି ଯେ ଅରୁଣ ଜୀ ଦେଶ ପାଇଁ ବହୁତ ପରିଶ୍ରମ କରିଥିଲେ। ତାଙ୍କ ବୁଦ୍ଧି, ଜ୍ଞାନ ଓ ଆଇନ ଉପରେ ପାରଦର୍ଶିତା ପାଇଁ ସେ ବିଖ୍ୟାତ ଥିଲେ। ଏହା ସହିତ ସେ ଜଣେ ଭଲ ମଣିଷ ଥିଲେ।

ଏହା ସହିତ ଏହି ଟ୍ୱିଟ୍‌ରେ ଅରୁଣ ଜେଟଲୀଙ୍କ ସ୍ମୃତିରେ ସେ କହିଥିବା କଥାର ଏକ ଲିଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି।


ପ୍ରଧାନମନ୍ତ୍ରୀଙ୍କ ଭଳି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଅରୁଣ ଜେଟଲୀଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଛନ୍ତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଶ୍ରୀ ଶାହ ଲେଖିଛନ୍ତି ଯେ ଅରୁଣ ଜେଟଲୀ ଜଣେ ଭଲ ରାଜନେତା ଥିଲେ। ସେ ଜଣେ ଉତ୍ତମ ବକ୍ତା ଓ ମଣିଷ ମଧ୍ୟ ଥିଲେ। ଭାରତୀୟ ରାଜନୀତିରେ ତାଙ୍କର ସମତୁଲ କେହି ନାହାନ୍ତି। ଦେଶ ପାଇଁ ତାଙ୍କର ନିଷ୍ଠା ଓ ଦୂରଦୃଷ୍ଟି ପାଇଁ ସେ ସର୍ବଦା ମନେ ରହିବେ।


ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଦଳର ଅନ୍ୟ ନେତାମାନେ ମଧ୍ୟ ସ୍ୱର୍ଗତ ଜେଟଲୀଙ୍କୁ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଛନ୍ତି।

The post ‘ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି’ appeared first on Odisha Reporter.



from Odisha Reporter https://ift.tt/3lftCbp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages