ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଣ୍ଟାବାଡ଼ ଗାଁରେ ଗତକାଲି ରାତିରେ ବାଣ ବିସ୍ଫୋରଣ ହୋଇ ଏକ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ମାତ୍ର ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, କଣ୍ଟାବାଡ଼ ଗାଁରେ କାଶୀନାଥ ମହାପାତ୍ର ବେନିୟମ ଭାବେ ବାଣ ତିଆରି କରିବା ସହ ତାହାକୁ ନିଜ ଘରେ ମହଜୁଦ କରି ରଖିଥାନ୍ତି। ମାତ୍ର ଗତକାଲି ରାତିରେ ବାଣ ମହଜୁଦ ଥିବା ଘରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ବାଣ ଥିବା ଘର ସମେତ ତା ପାଖ ଘରବି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
ବିସ୍ଫୋରଣର କାରଣ ଜଣାପଡ଼ି ନ ଥିବା ବେଳେ ସର୍ଟସର୍କିଟରୁ ଏପରି ହୋଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ଘର ମାଲିକ ନିଜ ପରିବାର ସଦସ୍ୟଙ୍କ ସମେତ କେଉଁ ଆଡ଼େ ପଳାଇ ଯାଇଥିବା ଅନୁମାନ କରାଯାଉଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେନିୟମ ଭାବେ ବାଣ ତିଆରି ଓ ମହଜୁଦ ଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। କିନ୍ତୁ ଘର ମାଲିକ ଫେରାର ଥିବାରୁ ପୁଲିସ୍ ଅଧିକ ପଚରାଉଚରା ପାଇଁ ତାଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିବା ଜଣାଯାଇଛି।
The post ଘରେ ମହଜୁଦ ଥିଲା ବାଣ, ହଠାତ୍ ହେଲା ବିସ୍ଫୋରଣ appeared first on Odisha Reporter.
from Odisha Reporter https://ift.tt/3g0m20F
No comments:
Post a Comment