ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 15, 2020

ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ରାତିରେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇ ଦ୍ରୁତ ଆରୋଗ୍ୟ କାମନା କରିଥିଲେ।

ଶନିବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାଇକୋର୍ଟର ଅନ୍ୟ ବିଚାରପତି, ଅଧିକାରୀ ଓ ପ୍ରାୟ ୧୦୦ ଜଣ ଓକିଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ଏମାନଙ୍କୁ ସମସ୍ତଙ୍କୁ କୋଭିଡ-୧୯ ଟେଷ୍ଟ୍ କରାଇ ନେବାକୁ କୁହାଯାଇଛି। ଏକ ମେଡିକାଲ୍ ଟିମ୍ ଆଜି ରାଜସ୍ଥାନ ହାଇକୋର୍ଟ ବାର୍ ଅଫିସ୍‌ରେ ପହଞ୍ଚି ସମସ୍ତଙ୍କ ପରୀକ୍ଷା କରିବ।

ଏହା ପୂର୍ବରୁ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ରାଜସ୍ଥାନରେ ୫୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୪୬ ଜଣଙ୍କ ମୃତ୍ୟୁ ଘଟିଛି।

The post ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3aAmz8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages