ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଏହା ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରାଯିବା ନେଇ ଯୋଜନା କରାଯାଇଛି। ଏନେଇ ଆଜିଠୁ ଭୁବନେଶ୍ୱରର ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରିବା ନେଇ ସୂଚନା ଦେଇଛି ବିଏମସି।
ଆଜିଠୁ ସହରର ୯ଟି ସହରାଞ୍ଚଳ ହସ୍ପିଟାଲ୍କୁ ଲୋକେ ଯାଇ କରୋନା ଟେଷ୍ଟ କରାଇପାରିବେ। ଏହି ସେଣ୍ଟରଗୁଡ଼ିକ ହେଉଛି ନିଳାଦ୍ରୀ ବିହାର, ୟୁନିଟ୍-୩, ପୋଖରୀପୁଟ୍, ୟୁନିଟ୍-୮, ୟୁନିଟ୍-୯, ସହିଦ ନଗର, ପଟିଆ, ଡମ୍ଡୁମା ଏବଂ ୟୁନିଟ୍-୪ UPHCରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ହେବ। ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ଲୋକେ ଆସି ଟେଷ୍ଟ କରାଇପାରିବେ।
The post ରାଜଧାନୀର ୯ ହସ୍ପିଟାଲରେ ଆଜିଠୁ କରୋନା ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/3agbfhn
No comments:
Post a Comment